ଛଟ୍ ପୂଜାରେ ଅଘଟଣ; ସିଲିଣ୍ଡର ବ୍ଲାଷ୍ଟ ହୋଇ ୩୦ରୁ ଅଧିକ ଆହତ

ବିହାର: ଔରାଙ୍ଗାବାଦରେ ଅଘଟଣ । ଛଟ୍ ପୂଜା ଚାଲିଥିବାବେଳେ ଅଗ୍ନିକାଣ୍ଡ ଜନିତ ସିଲିଣ୍ଡର ବ୍ଲାଷ୍ଟ ହେବାରୁ ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୂଜାସ୍ଥଳରେ ଏକ ପରିବାର ରୋଷେଇ କରୁଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଘଟଣାରେ ୭ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସେମାନେ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ଆହତ ହୋଇଥିଲେ । ନଗର ପୋଲିସ ଥାନା ଅଞ୍ଚଳସ୍ଥିତ ଶାହଗଞ୍ଜରେ ଏହି ଦୁର୍ଘଟଣା ଘଟିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଚାହୁଁଚାହୁଁ ଅନ୍ୟ ସ୍ଥାନକୁ ଏହା ବ୍ୟାପୀ ଯାଇଥିଲା । ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ସମସ୍ତ ଆହତଙ୍କୁ ଔରାଙ୍ଗାବାଦ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଅଧିକ ତଦନ୍ତ କରାଯାଉଛି ।