କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଲା ମାସ୍ ଭ୍ୟାକ୍ସିନେସନ

ଭୁବନେଶ୍ୱର: କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ମାସ୍ ଭ୍ୟାକ୍ସିନେସନ । ଏଥିରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦ୍ବିତୀୟ ଡୋଜ ନେବାକୁ ଅପେକ୍ଷା କରିଥିବା ଲୋକଙ୍କୁ ଟିକା ଦିଆଯାଉଛି । ପ୍ରଥମ ଦିନରେ ୮ ଶହରୁ ୧ ହଜାର ଲୋକଙ୍କୁ ଟିକାକରଣ କରାଯିବ । ୧୦ଟି କାଉଣ୍ଟରରେ ଟିକାକରଣ କରାଯାଉଛି ।

ରାଜ୍ୟରେ ୧୦ ହଜାର ତଳକୁ ଖସୁନି ସଂକ୍ରମଣ । ୧୭ ମୃତ୍ୟୁ ସହ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାର ୩୧ ସଂକ୍ରମିତ । କ୍ବାରେଣ୍ଟାଇନରୁ ୬ ହଜାର ୬୨୩ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୩ ହଜାର ୪୦୮ । ଆଜି ବି ଆକ୍ରାନ୍ତ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା । ଖୋର୍ଦ୍ଧାରୁ ସର୍ବାଧିକ ୧୩୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୮୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ପୁରୀରୁ ୭୦୮, କଟକରୁ ୭୨୦, ଅନୁଗୁଳର ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡ଼ାରୁ ୩୧୧, ନବରଙ୍ଗପୁରରୁ ୩୦୬, ସମ୍ବଲପୁରରୁ ୩୦୨, ବଲାଙ୍ଗୀରରୁ ୨୭୪, ଷ୍ଟେଟ୍ ପୁଲରୁ ୨୭୧ ଓ ନୟାଗଡ଼ରୁ ୨୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଭଦ୍ରକରୁ ୨୪୮, ଢେଙ୍କାନାଳରୁ ୨୪୪, କେନ୍ଦ୍ରାପଡ଼ାରୁ ୨୪୩, ବାଲେଶ୍ବରରୁ ୨୩୦, ଗଞ୍ଜାମରୁ ୨୦୯, ମୟୂରଭଞ୍ଜରୁ ୨୦୭, ବୌଦ୍ଧରୁ ୧୮୩, ସୋନପୁରରୁ ୧୬୯, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୪୨, ରାୟଗଡ଼ାରୁ ୧୩୨, ଦେବଗଡ଼ରୁ ୧୧୮, ଜଗତସିଂହପୁରରୁ ୧୧୫, ଗଜପତିରୁ ୮୯, କନ୍ଧମାଳରୁ ୭୫ ଓ ମାଲକାନଗିରିରୁ ୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାରେ ପ୍ରାଣ ହରାଇଥିବା ୧୭ ଜଣଙ୍କ ମଧ୍ୟରୁ ରାୟଗଡା, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୩ ଜଣ ଥିବା ବେଳେ, ପୁରୀ ଓ ଭୁବନେଶ୍ବରରୁ ୨ ଲେଖାଏଁ, ଢେଙ୍କାନାଳ, ଖୋର୍ଦ୍ଧା, ଅନୁଗୁଳ, ବଲାଙ୍ଗୀରରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି ।

Leave a Reply