ଶୀଘ୍ର ସରିବ ମାଷ୍ଟରକ୍ୟାଣ୍ଟିନ ଯୋଦ୍ଧା ଘୋରା ମରାମତି

ଭୁବନେଶ୍ବର: ଖୁବଶୀଘ୍ର ଶେଷ ହେବ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଯୋଦ୍ଧା ଘୋଡାର ମରାମତି କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଚାଲିଛି ମାଷ୍ଟର କ୍ୟାଣ୍ଟିନ ଛକର ସୌନ୍ଦର୍ଯ୍ୟକରଣ ।

ପଦ୍ମବିଭୁଷଣ ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ବର୍ଗତ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ନାତି ସ୍ମିତେଶ ମହାପାତ୍ର ଯୋଦ୍ଧା ଘୋଡା ଓ ଏହାର ଚତୁଃପାର୍ଶ୍ବରେ ଥିବା ନର୍ତ୍ତକୀ ମୂର୍ତ୍ତିଗୁଡିକର ମରାମତି କାର୍ଯ୍ୟ ହାତକୁ ନେଇଛନ୍ତି । ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ଆଉ ମାତ୍ର ୨ରୁ ୩ଦିନ ମଧ୍ୟରେ ଶେଷ ହେବ ।

ସେପଟେ ମାଷ୍ଟର କ୍ୟାଣ୍ଟିନ ଛକର ଗୋଲେଇ ଆକୃତି ବର୍ତ୍ତମାନ ବଦଳି ଅଣ୍ଡାକୃତି ହୋଇସାରିଛି । ଖୁବଶୀଘ୍ର ମାଷ୍ଟର କ୍ୟାଣ୍ଟିନ ଛକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହେବା ସହ ଏହା ସ୍ମାର୍ଟସିଟି ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ଦର୍ଶନୀୟ ସ୍ଥାନ ରୂପେ ପରିଗଣିତ ହେବ ।

Leave a Reply