ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର, ଦୁର୍ଗମ ଅଞ୍ଚଳରୁ ଭାରରେ ବୋହି ଆଣିଲେ…

ନନ୍ଦିଘୋଷ ବ୍ୟୁରୋ: ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର । ଦୁର୍ଗମ ଅଞ୍ଚଳରୁ ଭାରରେ ବୋହି ଆଣିଲେ ୫ କିଲୋମିଟର । ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁଳସୀ ଗାଁରେ ଅସୁସ୍ଥ ଥିଲେ ଜଣେ ମହିଳା। ବର୍ଷା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିବା ସମ୍ଭବ ନ ଥିଲା । ଗାଁ ଲୋକେ ମଙ୍ଗଳଦେଇଙ୍କୁ କିଛି ବାଟ ବୋହି ଆଣିଥିଲେ। ସ୍ବାସ୍ଥ୍ୟ ଟିମ୍ ଗାଁକୁ ଯାଇ ପାରୁନଥିବାରୁ ଉପାୟ ଶୂନ୍ୟ ହୋଇ ବାଧ୍ୟ ହୋଇ କାଦୁଆ ରାସ୍ତା ଯାଏଁ ସୁପରଭାଇଜର ଭାରରେ ବୋହି ଗାଡି ଯାଏଁ ଆଣିଥିଲେ । ସେଠାରୁ ସ୍ବାସ୍ଥ୍ୟ ବିଭାଗର ଗାଡି ସହାୟତାରେ ମାଥିଲି ସବଡିଭିଜନ ମେଡିକାଲରେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।