spot_img

Latest Posts

ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ, ୫୬ କେନ୍ଦ୍ରରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ଖାତାଦେଖା। ସମେଟିଭ୍-2, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାହେବ । ୧୨ ଦିନ ଧରି ମୂଲ୍ୟାୟନ ଚାଲିବ । ଖାତା ମୂଲ୍ୟାୟନରେ 13 ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି ।

ମୂଲ୍ୟାୟନ ପାଇଁ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା। ଉତ୍ତରଖାତା ଗୁଡ଼ିକୁ ସୁରକ୍ଷାର ସହିତ ମୂଲ୍ୟାୟନ କେନ୍ଦ୍ରରେ ରଖାଯାଇଛି। ଖାତା ଦେଖା ସମୟରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବନି।

ତେବେ ମୂଲ୍ୟାୟନର ୪୫ ଦିନ ମଧ୍ୟରେ କିମ୍ବା ପରେ ପରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥର ରାଜ୍ୟର ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

Latest Posts

Don't Miss