ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ

1 min read

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । କଟକ ବୋର୍ଡ ଅଫିସରେ ଆନୁଷ୍ଠାନିକ ଭାବରେ ରେଜଲ୍ଟ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ଓ୍ୱେବସାଇଟ ଓ SMS ଜରିଆରେ ଉପଲବ୍ଧ ମାଟ୍ରିକ୍ ରେଜଲ୍ଟ । ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ରହିଛି ୯୦.୫୫ ପ୍ରତିଶତ । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨୬ ହଜାର ୮୧୮ ପିଲା । ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ଚଳିତ ବର୍ଷ ମୋଟ ୮ ହଜାର ୬୯୯ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ମୋଟ ପାସ୍ ହୋଇଥିବା ପିଲାଙ୍କ ମଧ୍ୟରୁ A-1ରେ ୮ ହଜାର ୧୧୯ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ A-2 ୫୪ ହଜାର ୮୮୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ ହାରରେ ଛାତ୍ରଙ୍କ ଆଗରେ ରହିଛନ୍ତି ଛାତ୍ରୀ । ୨ ଲକ୍ଷ ୫୬ ହଜାର ୮୭୭ ଜଣ ଛାତ୍ର ପାସ୍ କରିଥିବାବେଳେ ୨ ଲକ୍ଷ ୬୦ ହଜାର ୨୭୦ ଜଣ ଛାତ୍ରୀ ପାସ୍ କରିଛନ୍ତି । ତେବେ ଚଳିତ ବର୍ଷ ତିନୋଟି ସ୍କୁଲରେ ଶୂନ୍ୟ ରେଜଲ୍ଟ ହୋଇଛି । ସେହିପରି ୧୧୭୦ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଚଳିତଥର ହେବନି ସପ୍ଲିମେଣ୍ଟାରୀ ପରୀକ୍ଷା । ତେବେ ଯେଉଁ ଛାତ୍ରଛାତ୍ରୀ ରିଚେକିଂ ଚାହୁଁଥିବେ ସେମାନଙ୍କୁ ୧୫ ଦିନ ସମୟ ମିଳିବ । ରିଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୧୧ରୁ ୨୫ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।