ମାଟ୍ରିକ୍ ରେଜଲ୍ଟ: ତିନୋଟି ସ୍କୁଲରେ ପାସ୍ କରିନାହାନ୍ତି କୌଣସି ପିଲା

କଟକ: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ଆନୁଷ୍ଠାନିକ ଭାବରେ ଫଳ ଘୋଷଣା କରିଥିଲେ । ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ୮ ହଜାର ୬୯୯ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଛନ୍ତି ।

ତେବେ ଚଳିତ ବର୍ଷ ରାଜ୍ୟର ୧୧୭୦ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ତିନୋଟି ସ୍କୁଲରେ ଶୂନ ରେଜଲ୍ଟ ହୋଇଛି । ଏହି ତିନୋଟି ସ୍କୁଲ ମଧ୍ୟରୁ ମାଲକାନଗିରିର ୨ଟି ସ୍କୁଲ ହୋଇଥିବାବେଳେ ଅନୁଗୁଳର ଗୋଟିଏ ସ୍କୁଲ ରହିଛି । ମାଲକନଗିରିର ଦୁଇଟି ସ୍କୁଲରେ ମୋଟ ୨ ଜଣ ପିଲା ପଢ଼ୁଥିବାବେଳେ ଅନୁଗୁଳର ଉକ୍ତ ସ୍କୁଲରେ ମଧ୍ୟ ମାତ୍ର ଦୁଇଟି ପିଲା ପଢ଼ୁଥିଲେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ କହିଛନ୍ତି ।