ସାନ୍ତାଳୀ ଓ ମୁଣ୍ଡାରୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ମୟୂରଭଞ୍ଜ :  ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ସାନ୍ତାଳୀ ଓ ମୁଣ୍ଡାରୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ନ୍ୟାୟ ପ୍ରଦାନ ଦାବିରେ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଦେଇଛି ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମୂଳ ବାସୀ ମଞ୍ଚ, ଓ ଅନ୍ୟାନ୍ୟ ଆଦିବାସୀ ସଂଗଠନ ।

ଜିଲ୍ଲାରେ ବନ୍ଦ ରହିଛି ଯାନବାହନ ଚଳାଚଳ, ବନ୍ଦ ରହିଛି ଦୋକାନ ବଜାର। ମାତ୍ର ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଓ ୪୯ ନମ୍ବର ଜାତୀୟ ରାଜପଥ ଖୋଲା ରହିଛି। ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟି ରେ ରଖି ଜିଲ୍ଲା ରେ ବିଭିନ୍ନ ଅଂଚଳରେ ଵ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ମାଜିଷ୍ଟ୍ରେଟ ମାନଙ୍କୁ ମଧ୍ୟ ମୁତୟନ କରାଯାଇଛି।