spot_img

Latest Posts

ମାନବ ସେବା ମାଧବ ସେବା: ମାଗଣା ରୋଗୀ ସେବା କରୁଛନ୍ତି ଡାକ୍ତର ହରିଶ ଚୌଧୁରୀ

ମାଗଣା ଡାକ୍ତର । ମୟୂରଭଞ୍ଜ ପୁରୁଣାବାରିପଦା ଗାଁର ଡାକ୍ତର ହରିଶ ଚୌଧୁରୀ। ମାନବ ସେବା ମାଧବ ସେବା ବୋଲି ଚିନ୍ତା କରି ମାଗଣା ରୋଗୀ ସେବାରେ ନିଜକୁ ବ୍ରତୀ କରିଛନ୍ତି । ଆଉ ଘରର ନାମ ଦିଆଯାଇଛି ବିଷ୍ଣୁପ୍ରିୟା ସେବା ସଦନ। ନିଜର ସେବା ମନୋବୃତ୍ତିରେ ଆଉ ନାମକୁ ଏହା ଯଥାର୍ଥ କରିଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଡାକ୍ତର ଭାବେ ଏବେ ସେ କାର୍ଯ୍ୟରତ । ରାଜଧାନୀରେ ରହୁଥିଲେ ସୁଦ୍ଧା ଗାଁକୁ ଭୁଲିନାହାନ୍ତି । ପ୍ରତି ମାସର ଦ୍ଵିତୀୟ ସପ୍ତାହରେ ପୁରୁଣା ବାରିପଦା ସ୍ଥିତ ନିଜ ଘରକୁ ଆସନ୍ତି । ଆଉ ସେହିଠାରେ ପ୍ରତି ମାସର ଦ୍ଵିତୀୟ ଶନିବାର ଦିନ ମାଗଣାରେ ରୋଗୀ ଦେଖିଥାନ୍ତି । ମାଗଣାରେ ଚିକିତ୍ସିତ ହୋଇ ଫେରନ୍ତି ରୋଗୀ।

ପ୍ରତିଦିନ କେଉଁଠି ଟଙ୍କା ଥାଇ ଜୀବନ ଯାଉଛି ଆଉ କେଉଁଠି ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଛି । ସେହି ଯନ୍ତ୍ରଣା କଣ ତାହାକୁ ସେ ପାଖରୁ ଦେଖିଥିବା କୁହନ୍ତି ଡାକ୍ତର ହରିଶ ଚୌଧୁରୀ । ତାଙ୍କ ନିକଟକୁ ଚିକିତ୍ସା ହେବାକୁ ଆସି ଖୁବଶୀଘ୍ର ଅନେକ ବଡ଼ ବଡ଼ ରୋଗରୁ ସୁସ୍ଥ ହୋଇଥିବା ରୋଗୀ କହିଛନ୍ତି । ମାଗଣା ଚିକିତ୍ସା ସମସ୍ତଙ୍କ ପାଇଁ ବରଦାନ ସାଜିଥିବା କୁହନ୍ତି ରୋଗୀ ।

ବାଇଟ – ରଞ୍ଜିତା ଶତପଥୀ ( ରୋଗୀ )

ଫାଭିଓ- ଡାକ୍ତରଙ୍କ ନିଆରା ସେବା ବୃତ୍ତି ଯୋଗୁଁ ସେ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Latest Posts

Don't Miss