ଖସୁଛି ପାରଦ, ବଢ଼ୁଛି ଶୀତ । ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା  

ଭୁବନେଶ୍ୱର : ଓଡ଼ିଶାରେ ବଢ଼ୁଛି ଶୀତ ପ୍ରକୋପ। ଆଜି ଭୁବନେଶ୍ବରରେ ୧୨ ଡିଗ୍ରୀ ଛୁଇଁଲା ପାରଦ । ଗତ ୨୪ ଘଣ୍ଟାରେ  ଜି.ଉଦୟଗିଗିରରେ ତାପମାତ୍ରା ୪ ଡିଗ୍ରୀ ଛୁଇଁଥିବା ବେଳେ ମୟୁରଭଞ୍ଜର ବାରାକାମୁଡାରେ ଶୂନ ଡିଗ୍ରୀ ଛୁଇଁଛି । ରାଜ୍ୟରେ ବିଭିନ୍ନ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁରେ ଲୋକେ ସେକି ହେଉଛନ୍ତି ତ ଆଉ କେହି ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରୁଛନ୍ତି।

ଶୀତସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଗାତାର ୧୦ ଡିଗ୍ରୀ ତଳେ ରହୁଛି ପାରଦ  । କିଛି ସ୍ଥାନରେ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି  । ଟୁଇନ ସିଟି କଟକ ଓ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ଲଗାତାର ହ୍ରାସ ପାଉଛି।