spot_img

Latest Posts

ଏମସି ଷ୍ଟାନ ଜିତିଲେ ବିଗ୍ ବସ୍- ୧୬ ଟାଇଟଲ

ମୁମ୍ବାଇ: ରାପର ଏମସି ଷ୍ଟାନ ଜିତିଲେ ବିଗବସ୍ ୧୬ର ଟାଇଟଲ । ପାଞ୍ଚ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ବିଗବସ ଶୋଡ଼ଷ ସଂସ୍କରଣର ବିଜେତା ହୋଇଛନ୍ତି ଏମସି ଷ୍ଟାନ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରିୟଙ୍କା ଚହର ଚୌଧୁରୀ, ଶାଲିନ ଭାନୋତ, ଶିବ ଠାକରେ ଓ ଅର୍ଚ୍ଚନା ଗୌତମଙ୍କୁ ପଛରେ ପକାଇ ବିଗବସ ବିଜେତା ହୋଇଛନ୍ତି ଷ୍ଟାନ ।

ଗ୍ରାଣ୍ଡ ଫିନାଲେ ପୂର୍ବରୁ ଅଧିକାଂଶ ଦର୍ଶକ ପୋଲିଂରେ ପ୍ରିୟଙ୍କା ନ ହେଲେ ଶିବ ଠାକରେ ବିଜେତା ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସମସ୍ତଙ୍କୁ ଭୁଲ୍‌ ପ୍ରମାଣିତ କରି ବିଗବସ୍‌ ଟ୍ରଫି ବାଜି ମାରିନେଇଛନ୍ତି ରାପର୍‌ ଏମ୍‌ସି ଷ୍ଟାନ୍‌। ସେ ବିଜେତା ହେବା ପରେ ଅନେକ ଲୋକେ ଚକିତ ହୋଇପଡିଛନ୍ତି।

ଶିବ ଠାକରେ ହୋଇଛନ୍ତି ପ୍ରଥମ ରନର୍ସ ଅପ । ପ୍ରିୟଙ୍କା ଚହର ଦ୍ବିତୀୟ ରନର୍ସ ଅପ ହୋଇଥିବାବେଳେ ଅର୍ଚ୍ଚନା ତୃତୀୟ ରନର୍ସ ଅପ ହୋଇଛନ୍ତି । ପୁରସ୍କାର ବାବଦରେ ଷ୍ଟାନଙ୍କୁ ୩୧. ୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୨୦୨୨ ଅକ୍ଟୋବର ୧ତାରିଖରୁ ଆରମ୍ଭ ହୋଇଥିବା ବିଗ ବସର ଶୋଡ଼ଷ ସଂସ୍କରଣରେ ୧୭ଜଣ ପ୍ରତିଯୋଗୀ ରହିଥିଲେ ।

Latest Posts

Don't Miss