ରାଜ୍ୟରେ ଭୀଷଣ ବର୍ଷାକୁ ନେଇ ରେଡ଼୍ ଆଲର୍ଟ ; ସତର୍କ କଲେ ପାଣିପାଗ ବିଶେଷଜ୍ଞ

ଭୁବନେଶ୍ବର : ଆହୁରି ୨ ଦିନ ବର୍ଷା କଲବଲ କରିବ। ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ୱେଲମାର୍କଡ ଲୋପ୍ରେସରର ରୂପ ନେଇଛି ଲଘୁଚାପ। ଏହା ଅବପାତର ରୂପ ନେବ। ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ମାଲକାନଗିରି, କୋରାପୁଟ ଓ କଳାହାଣ୍ଡିକୁ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି ହୋଇଛି। ଆଜି ନବରଙ୍ଗପୁରରେ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି ହୋଇଛି । ସେହିପରି ରାୟଗଡ଼ା, ଗଂଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର ,ନୂଆପଡା ,ବଲାଙ୍ଗୀର , ନୟାଗଡ , ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ,କେନ୍ଦ୍ରାପଡା ଓ ଢେଙ୍କାନାଳ ଏହି ୧୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କକରିଛି ବିଭାଗ ।

ସେହିପରି ସାରା ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରିହୋଇଥିବା ବେଳେ ପ୍ରବଳ ବର୍ଷାକୁ ନେଇ ଯାଜପୁର, ଭଦ୍ରକ ,ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ , ସୋନପୁର ,ସମ୍ବଲପୁର, ଦେଓଗଡ, ବରଗଡ଼ ,ଝାରସୁଗୁଡା ଓ ସୁନ୍ଦରଗଡ ଏହି ୧୩ ଜିଲ୍ଲାକୁ ହଳଦିଆ ଚେତାବନୀ ଦେଇଛି ବିଭାଗ। ୨୮ ତାରିଖ ଯାଏ ବର୍ଷା ଲାଗିରହିବ। ଏହାସହ ମେଘୁଆ ପାଗ ସହ ସମୁଦ୍ର ଉପକୂଳରେ ୪୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ୨୮ ସେପ୍ଟେମ୍ବର ଯାଏ ସମୁଦ୍ର ମଧ୍ୟ କୁ ଯିବାକୁ ବାରଣ କରିଛି ବିଭାଗ।