ଅନେକ ତର୍କବିତର୍କ ପରେ ଟିକା ନେବେ ବାବା ରାମଦେବ !

1 min read

ନୂଆଦିଲ୍ଲୀ: ଏଲୋପାଥି ବୟାନକୁ ନେଇ ଡାକ୍ତରଙ୍କ ସହ ବାଦ ବିବାଦ ଭିତରେ କରୋନା ଟିକା ନେବେ ଯୋଗଗୁରୁ ବାବା ରାମଦେବ । କରୋନା ଭ୍ୟାକସିନ ନେବାକୁ ଦେଶବାସୀଙ୍କୁ ଅପିଲ କରିବା ସହ ନିଜେ ଖୁବଶୀଘ୍ର ଟିକା ନେବେ ବୋଲି ରାମଦେବ ବାବା କହିଛନ୍ତି । ଏଲୋପାଥିକୁ ନେଇ ଦେଇଥିବା ବୟାନ ଉପରେ ସେ କହିଛନ୍ତି, ଡାକ୍ତରମାନେ ହେଉଛନ୍ତି ଭଗବାନଙ୍କ ଦୂତ । କୌଣସି ଡାକ୍ତର ସଂଗଠନ ସହ ଆମର ଶ୍ରତୁତା ନାହିଁ ।

ଏବଂ ଡାକ୍ତରଙ୍କୁ ନୁହେଁ ଆମେ ଡ୍ରଗ୍ସ ମାଫିଆଙ୍କୁ ବିରୋଧ କରୁଛୁ ବୋଲି ରାମଦେବ ବାବା କହିଛନ୍ତି । ଏହାସହ ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଅସ୍ତ୍ରୋପଚାର ଓ ଏଲୋପାଥି ଚିକିତ୍ସା ହିଁ ଉତ୍କୃଷ୍ଟ  । ଏହାସହ ଲୋକମାନେ ଯୋଗ ଓ ଆୟୁର୍ବେଦ ଚିକିତ୍ସା ଉପରେ ବିଶ୍ବାସ ରଖିବା ଆବଶ୍ୟକ । ଏହା ଅନେକ ରୋଗରୁ ଲୋକମାନଙ୍କୁ ରକ୍ଷା କରିଥାଏ ବୋଲି ରାମଦେବ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଏଲୋପାଥି ଚିକିତ୍ସା ବିଷୟରେ ବାବା ରାମଦେବ ଗତ ମାସରେ ଏକ ମନ୍ତବ୍ୟ ଦେଇଥିଲେ। କରୋନା ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ କେତେକ ଔଷଧ ଉପରେ ପ୍ରଶ୍ନ କରି ସେ କହିଥିଲେ ଯେ, କୋଭିଡ -19 ଚିକିତ୍ସାରେ ଏଲୋପାଥିକ ଔଷଧ ଖାଇ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ଭାରତୀୟ ମେଡିକାଲ ଆସୋସିଏସନ ବାବା ରାମଦେବଙ୍କ ବିରୋଧରେ ମାନହାନି ମକଦ୍ଦମା ମଧ୍ୟ ରୁଜୁ କରିଥିଲା । ​​ଏହାସହ ପୋଲିସ ନିକଟରେ ଅଭିଯୋଗ କରିଥିଲା। ଏହାକୁ ନେଇ ଯେଉଁମାନେ ଏଲୋପାଥିକୁ ବଦନାମ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ।

Leave a Reply