ହଂକଂରେ ବ୍ଯାନ ହେଲା ଏମଡିଏଚ ଓ ଏଭେରେଷ୍ଟ କମ୍ପାନୀର ମସଲା

ନନ୍ଦିଘୋଷ ବ୍ୟୁରୋ: ଭାରତରେ ଘରେ ଘରେ ପରିଚିତ ଦୁଇଟି ସ୍ପାଇସ ବ୍ରାଣ୍ଡର ସାମଗ୍ରୀ ଉପରେ ନିଷେଦ୍ଧାଦେଶ ଜାରି କରିଛି ହଂକଂ। ଏମଡିଏଚ ପ୍ରାଇଭେଟ ଲିମିଟେଜ ଓ ଏଭେରେଷ୍ଟ ଫୁଡ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡର ସାମଗ୍ରୀ ଉପରେ ହଂକଂରେ ଜାରି ହୋଇଛି ନିଷେଧାଦେଶ। ଏହି ଦୁଇ କମ୍ପାନୀର ମସଲା ସାମଗ୍ରୀରେ କାର୍ସିନୋଜେନିକ ପେଷ୍ଟିସାଇଡ ଏଥିଲିନ ଅକ୍ସାଇଡ ଥିବାର ପ୍ରମାଣ ମିଳିବା ପରେ ହଂକଂ ସରକାର ଏହି ପଦକ୍ଷେପ ନେଇଛନ୍ତି। ଗତସପ୍ତାହରେ ଏଭେରେଷ୍ଟ କମ୍ପାନିର ସାମଗ୍ରୀ ଉପରେ ସମଧରଣର କଟକଣା ଲଗାଇଥିଲେ ସିଙ୍ଗାପୁର ସରକାର। ହଂକଂର ସେଣ୍ଟର ଫର ଫୁଡ ସେଫଟି ପକ୍ଷରୁ ଏହି ମସଲା ସାମଗ୍ରୀ ଉପରେ ନଜର ରଖାଯିବା ସହ ଗବେଷଣା କରାଯାଉଥିଲା।

ଏମଡିଏଚ ଗ୍ରୁପର ମାଡ୍ରାସ କରି ପାଉଡର, ସମ୍ବର ମସଲା ପାଉଡର ଓ କରି ପାଉଡରରେ ଏଥିଲିନ ଅକ୍ସାଇଡ ଥିବା ପ୍ରମାଣ ମିଳିବା ପରେ ସରକାର ଏହି ପଦକ୍ଷେପ ନେଇଥିଲେ। ସେହିପରି ଏଭେରେଷ୍ଟର ଫିସ୍ କରି ପାଉଡରରେ ଏଥିଲିନ ଅକ୍ସାଇଡ ଥିବାର ବି ପ୍ରମାଣ ମିଳିଥିଲା। କର୍କଟ ରୋଗ ସୃଷ୍ଟିକାରୀ ଏଜେଣ୍ଟ ଠାବ ହେବା ପରେ ଏହି ଦୁଇଟି କମ୍ପାନିର ମସଲାକୁ ବ୍ଯାନ କରାଯାଇଛଇ। ବିଶେଷ କରି ଏହି ଏଜେଣ୍ଟ ସ୍ତନ କର୍କଟ ଲାଗି କାରଣ ହୋଇଥିବାରୁ ହଂକଂ କର୍ତ୍ତୃପକ୍ଷ ଚିନ୍ତାବ୍ଯକ୍ତ କରିଥିଲେ। ୨୦୨୩ରେ ବି ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନର ନିର୍ଦ୍ଦେଶ କ୍ରମେ ଏଭେରେଷ୍ଟ କମ୍ପାନି ସାମଗ୍ରୀକୁ ବଜାରରୁ ହଟାଇଦିଆଯାଇଥିଲା। ସେପଟେ ଦେଶର ସମସ୍ତ ମସଲା କମ୍ପାନିଙ୍କ ନମୁନା ସଂଗ୍ରହ କରିବା ଲାଗି ଫୁଡ୍ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।