spot_img

Latest Posts

MDH ଗ୍ରୁପର ମାଲିକ ଧର୍ମପାଲ ଗୁଲାଟିଙ୍କ ଦେହାନ୍ତ

ନୂଆଦିଲ୍ଲୀ: MDH ଗ୍ରୁପର ମାଲିକ ମହାଶୟ ଧରମପାଲ ଗୁଲାଟୀଙ୍କର ଦେହାନ୍ତ ହୋଇଛି। ମାତା ଚନନ ଦେବୀ ହସ୍ପିଟାଲରେ ୯୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନା ଅନୁଯାୟୀ ମହାଶୟ ଧରମପାଲ ଅସୁସ୍ଥତା କାରଣରୁ ଗତ କିଛି ଦିନ ହେବ ମାତା ଚନନ ଦେବୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଧରମପାଲ ୨୭ ମାର୍ଚ୍ଚ ୧୯୨୩ରେ ସିଆଲକୋଟରେ (ବର୍ତ୍ତମାନର ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ। ୧୯୩୩ ମସିହାରେ ସେ ୫ମ ଶ୍ରେଣୀ ପାଠପଢା ସମାପ୍ତ କରିବା ପୂର୍ବରୁ ବିଦ୍ୟାଳୟ ଛାଡିଦେଇଥିଲେ। ୧୯୩୭ ମସିହାରେ ସେ ପିତାଙ୍କ ସାହାଯ୍ୟରେ ବ୍ୟବସାୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ସାବୁନ୍, କପଡା, ହାର୍ଡୱେର୍, ଚାଉଳର ବ୍ୟବସାୟ ମଧ୍ୟ କରିଥିଲେ ।

ତେବେ ମସଲା ଦୁନିଆର ବାଦଶାହ ବୋଲାଉଥିବା ଧର୍ମପାଲଙ୍କ ମୃତ୍ୟୁରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Latest Posts

Don't Miss