ଆନ୍ଧ୍ରପ୍ରଦେଶ ଯାଉଥିବା ମେଡିକାଲ ଅକ୍ସିଜେନ୍ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ

ଟାଙ୍ଗୀ: ସଂକ୍ରମଣର ସଂକଟ କାଳରେ ଦେଶକୁ ଅକ୍ସିଜେନ୍ ଯୋଗାଉଛି ଓଡ଼ିଶା । ନିରବଚ୍ଛିନ୍ନ ଭାବେ ଓଡ଼ିଶା ନିୟମିତ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କରୁଛି । ଆଜି ସନ୍ଧ୍ୟାରେ ମେଡିକାଲ୍ ଅକ୍ସିଜେନ୍ ନେଇ ଯାଉଥିବା ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାଇପସରେ ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଇଛି ହାଇୱା ।

Medical Oxygen Carrying Tanker Accident At NH16 Tangi

୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ବାଇପାସରେ ଏହି ଦୁର୍ଘଟଣା ଘଟିଛି । ଅକ୍ସିଜେନ ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଇ ହାଇୱାଟି ଫେରାର୍ ହୋଇଯାଇଛି । ଦୁର୍ଘଟଣାରେ ଅକ୍ସିଜେନ୍ ଟ୍ୟାଙ୍କରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ସୁରକ୍ଷିତ ଅଛନ୍ତି । ଅକ୍ସିଜେନ୍ ଟ୍ୟାଙ୍କରକୁ ଏସକର୍ଟ କରି ଆଣୁଥିବା ପୋଲିସ ସହ ଟାଙ୍ଗୀ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Medical Oxygen Carrying Tanker Accident At NH16 Tangi

ମିଳିଥିବା ସୂଚନା ଅନୁସାରେ, ଅନୁଗୁଳରୁ ମେଡିକାଲ୍ ଅକ୍ସିଜେନ୍ ଧରି ଟ୍ୟାଙ୍କରଟି ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିଲା । ହାଇୱା ସହ ଅକ୍ସିଜେନ୍ ଟ୍ୟାଙ୍କରର ସମ୍ମୁଖ ଭାଗ ଧକ୍କା ହୋଇଥିବାରୁ ଅକ୍ସିଜେନ୍ ଲିକ୍ ହୋଇନଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଅକ୍ସିଜେନ୍ ଲିକ୍ ନେଇ ଅନୁଧ୍ୟାନ ଜାରି ରଖିଛି ।

Leave a Reply