ସହାରନପୁର-ଦିଲ୍ଲୀ ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ

1 min read

ମିରଟ: ଉତ୍ତର ପ୍ରଦେଶର ମିରଟ ଜନପଥରେ ଏକ ବିରାଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଯାତ୍ରୀବାହୀ ଟ୍ରେନ । ଶନିବାର ସକାଳେ ସହାରନପୁର-ଦିଲ୍ଲୀ ଯାତ୍ରୀବାହୀ ଟ୍ରେନ ଦୋରାଲ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ଏହି ସମୟରେ ହଠାତ୍ ଟ୍ରେନର ୩ଟି ଡବାରେ ନିଆଁ ଲାଗିଯାଇଥିଲା । ଏବଂ ଏଥିରୁ ବାହାରୁଥିବା ଧୁଆଁରେ ସମ୍ପୂର୍ଣ୍ଣ ପରିବେଶ ଘୋଡେଇ ହୋଇଯାଇଥିଲା ।

https://www.instagram.com/tv/CatkESXAeua/?utm_source=ig_web_copy_link

ନିଆଁ ଧିରେ ଧିରେ ବଢିବାକୁ ଲାଗିଥିଲା ଫଳରେ ସେଥିରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇ ବାହାରିଯାଇଥିଲେ । ତେବେ ଏହି ସମୟରେ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହୀନି ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିଆଁକକୁ ଆୟତ୍ତ କରିଛି । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।

ସୂଚନ ଥାଉ କି ଏହି ଟ୍ରେନରେ ପ୍ରତ୍ୟେକ ଦିନ ଏକ ହଜାରରୁ ଅଧିକ ଯାତ୍ରୀ ଯାତ୍ରାକରିଥାନ୍ତି । ଏହି ଟ୍ରେନ ପଶ୍ଚିମ ଉତ୍ତର ପ୍ରଦେଶରୁ ରାଜଧାନୀ ଦିଲ୍ଲୀକୁ ଆସୁଥିବା ଗୁରୁତ୍ତ୍ୱପୂର୍ଣ୍ଣ ଟ୍ରେନ । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ ଯଦିଓ ସ୍ଥାନୀୟ ଲୋକ ସର୍ଟ ସର୍କିଟ ପାଇଁ ଏଭଳି ହୋଇଥିବା କହୁଛନ୍ତି । ତେବେ ଏହି ଦୁର୍ଘଟଣା ଅନେକ ଟ୍ରେନ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

Leave a Reply