ଏ ହେଉଛନ୍ତି ମେହୁଲ ଚୋକସିର ପ୍ରେମିକା…ଡୋମିନିକାକୁ ବୁଲିବାକୁ ଯାଇଥିବା ବେଳେ ହୋଇଥିଲେ ଗିରଫ

1 min read

ନୂଆଦିଲ୍ଲୀ: ପଳାତକ ଅଭିଯୁକ୍ତ ମେହୁଲ ଚୋକସିଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଭାରତରେ ପାଖାପାଖି ୧୫ହଜାକ କୋଟି ଟଙ୍କା ବ୍ୟାଙ୍କ ଠକେଇ କରିଥିବା ମେହୁଲ ଡୋମିନିକା ଦ୍ୱୀପରେ ଗରିଫ ହୋଇଛି । ହୀରା ବ୍ୟବସାୟୀ ମେହୁଲ ଚୋକସି ଆଣ୍ଟିଗୁଆ ଦ୍ୱୀପରେ ଦୀର୍ଘ ସମୟ ଧରି ରହୁଥିଲେ, କିନ୍ତୁ ଗତ କିଛି ଦିନ ହେବ ସେ ଆଣ୍ଟିଗୁଆ ଛାଡି ନିଜ ପ୍ରେମିକାଙ୍କ କହ କିଛି ଭଲ ମୁହୂର୍ତ୍ତ ବିତାଇବାକୁ ଡୋମିନିକା ଯାଇଥିଲା । ଆଉ ସେଠାରେ ହିଁ ତାକୁ ଗିରଫ କରାଯାଇଛି । ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ ମଧ୍ୟ ମେହୁଲ ଚୋକସିଙ୍କ ଗର୍ଲଫ୍ରେଣ୍ଡ ବିଷୟରେ ତାଙ୍କ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ, ସମ୍ଭବତଃ ମେହୁଲ ଚୋକସି ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଡୋମିନିକା ଦ୍ୱୀପକୁ ବୁଲିବାକୁ ଯାଇଥିଲେ ।


ତେବେ ଆଣ୍ଟିଗୁଆର ଗଣମାଧ୍ୟମ ମେହୁଲ ଚୋକସିଙ୍କୁ ନେଇ ସେ ସମାନ ତଥ୍ୟ ସାମ୍ନାକୁ ଆଣିଛି । ଏହି ରିପୋର୍ଟରେ କୁହାଯାଇଛିଯେ, ମେହୁଲ ତାଙ୍କ ମହିଳା ବନ୍ଧୁଙ୍କୁ ଭେଟିବାକୁ ଯିବା ସମୟରେ ହିଁ ତାଙ୍କୁ ଅପହରଣ କରାଯାଇଥିଲା। କୁହାଯାଉଛି ଯେ ମେ ୨୩ ରେ ସେ ତାଙ୍କ ମହିଳା ବନ୍ଧୁଙ୍କ ସହ ରାତ୍ରୀ ଭୋଜନ କରିବାକୁ ଯାଉଥିଲେ। କିନ୍ତୁ ରେଷ୍ଟୁରାଣ୍ଟରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଅପହରଣ କରାଯାଇଥିଲା ।

ଏହାସହ ଆଣ୍ଟିଗୁଆର ଦାବି ହେଉଛି ଯେ, ଚୋକସି ବାରବରା ନାମକ ଜଣେ ମହିଳାଙ୍କ ସହ ପ୍ରାୟ ବର୍ଷେ ଧରି ଯୋଗାଯୋଗରେ ଥିଲେ। ଏହା ପୂର୍ବରୁ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ ମଧ୍ୟ ଜଣେ ମହିଳାଙ୍କ ସହ ଚୋକସିଙ୍କ ସମ୍ପର୍କ ବିଷୟରେ କହିଛନ୍ତି ।


ସୂଚନାଯୋଗ୍ୟ ଯେ, ଭାରତରୁ ଡୋମିନିକାକୁ ଏକ ସ୍ୱତନ୍ତ୍ର ବିମାନ ପଠାଯାଇଛି ଯେଉଁଥିରେ ମେହୁଲ ଚୋକସିଙ୍କ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏବଂ କୋର୍ଟର ଶୁଣାଣି ସମୟରେ କିଛି ନିର୍ଦ୍ଦେଶର କପି ସମେତ ଅନ୍ୟାନ୍ୟ ପ୍ରମାଣ ପଠାଯାଇଛି । ଏବଂ ଏହି ପ୍ରମାଣ ଆଧାରରେ ମେହୁଲ ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରାଯିବ।

ଆଉ ଏହି ସ୍ୱତନ୍ତ୍ର ବିମାନକୁ ଭାରତ ସରକାର ନିୟୋଜିତ କରିଛନ୍ତି। ଭାରତରୁ ଡୋମିନିକା ଦ୍ୱୀପରେ ପହଞ୍ଚିବା ପାଇଁ ଏହାର ଭଡ଼ା କୋଟିଏ ଟଙ୍କା । ସୂଚନାନୁସାରେ, ଏହି ବିମାନର ଭଡା ଘଣ୍ଟା ପ୍ରତି ପାଞ୍ଚ ଲକ୍ଷ ଟଙ୍କା । ଭାରତରୁ ଡୋମିନିକା ଦ୍ୱୀପରେ ପହଞ୍ଚିବାକୁ ପ୍ରାୟ ୧୬ ଘଣ୍ଟା ସମୟ ଲାଗେ, ଅର୍ଥାତ୍ ଏହା ଅନୁଯାୟୀ ଏହି ବିମାନ ଡୋମିନିକାରେ ପହଞ୍ଚିବାକୁ ଭାରତର ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଯଦି ଅନ୍ୟାନ୍ୟ ଖର୍ଚ୍ଚକୁ ଦେଖାଯାଏ ତେବେ ଏହାର ଭଡା ଏକ କୋଟିରୁ ଅଧିକ ହେବ । ଏହି ସ୍ୱତନ୍ତ୍ର ବିମାନ A7 CEE ଏବଂ ଏହି ବିମାନ ମେ ୨୮ ରେ ଦିଲ୍ଲୀରୁ ଯାଇଥିଲା । ଏବଂ ଏହି ବିମାନରେ ଭାରତୀୟ ଅନୁସନ୍ଧାନ ଏଜେନ୍ସିର ୬ ଜଣଙ୍କ ସମେତ ଦୁଇଟି କମାଣ୍ଡୋ ମଧ୍ୟ ଡୋମିନିକା ଦ୍ୱୀପକୁ ପଠାଯାଇଛି ।

Leave a Reply