ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ଜି-୨୦ ପ୍ରତିନିଧି ମଣ୍ଡଳୀ ସଦସ୍ୟ

1 min read

ପୁରୀ: ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ଜି-୨୦ ପ୍ରତିନିଧି ମଣ୍ଡଳୀ ସଦସ୍ୟ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ, ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ୍ ମେଘଓ୍ୱଲ ପୁରୀ ଗସ୍ତରେ ଯାଇ ବେଳାଭୂମି ବୁଲି ଦେଖିଛନ୍ତି । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଂସ୍କୃତିକ ସମନ୍ୱୟକୁ ନେଇ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସହ ଜି – ୨୦ ପ୍ରତିନିଧି ବାଲୁକା କଳା ଦେଖି ଏହାକୁ ପ୍ରଶଂସା କରିଥିଲେ ।

ଆଜିଠୁ ଆରମ୍ଭ ହୋଇଛି ଜି – ୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ । ଏହି ବୈଠକ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲି ସନ୍ଧ୍ୟାରେ “Sustain: The Craft Edium” ଶୀର୍ଷକ ପ୍ରଦର୍ଶନୀକୁ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିନିଧିମାନଙ୍କୁ କୋଣାର୍କ ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବାର ସୁଯୋଗ ମିଳିବ। ବିଦେଶରୁ ଆସିଥିବା ଅତିଥିମାନେ ଓଡ଼ିଶୀ, ଗୋଟିପୁଅ ଏବଂ ସମ୍ବଲପୁରୀର ପ୍ରତ୍ୟକ୍ଷ ଅନୁଭୂତିର ଲାଭ ନେଇପାରିବେ ।