ଜୁନିଅର ହକି ବିଶ୍ୱକପ: ଆଜି ସେମି ସମରରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା-ସ୍ପେନ; ଭାରତ-ଜର୍ମାନୀ

1 min read

ଭୁବନେଶ୍ୱର: ଜୁନିଅର ହକି ବିଶ୍ୱକପରେ ଶୁକ୍ରବାର ଖେଳାଯିବ ସେମିଫାଇନାଲ । ଆଜିର ସେମି ସମରରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଦୁଇଟି ମ୍ୟାଚ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ସ୍ପେନ । ଏହି ମ୍ୟାଚ ଶୁକ୍ରବାର ୪.୩୦ରେ ଖେଳାଯିବ । ଏହି ମ୍ୟାଚକୁ ବିଜୟ ଲାଭ କରିବାକୁ ଚେଷ୍ଟା କରିବ ଉଭୟ ଦଳ । ପ୍ରଥମ ଦଳ ଭାବରେ ଫାଇନାଲ ଟିକେଟ ହାସଲ କରିବାକୁ ଚେଷ୍ଟା କରିବେ ଉଭୟ ଦଳ ।

ସେହିପରି ଭାବରେ ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଜର୍ମାନୀ । କଳିଙ୍ଗର ବ୍ଲୁ ଟର୍ଫରେ କମାଲ କରିବା ଲକ୍ଷ୍ୟରେ ବ୍ଲୁ ବ୍ରିଗେଡ । ଜୁନିଅର ବିଶ୍ୱକପ ଟ୍ରଫି ବଜାୟ ରଖିବା ଲକ୍ଷ୍ୟରେ ଟର୍ଫକୁ ଓହ୍ଲାଇବ ଡିଫେଡିଂ ଚମ୍ପିଆନ ଭାରତ । ଶୁକ୍ରବାର ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚରେ ବିଜୟ ଲାଭ କରି ଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । କ୍ବାଟର ଫାଇନାଲରେ ଶକ୍ତିଶାଳୀ ବେଲଜିୟମକୁ ପରାସ୍ତ କରି ସେମିଫାଇନାଲରେ ଟିକେଟ ହାସଲ କରିଛି ଭାରତ । ତେବେ ସେମିଫାଇନାଲରେ ଜର୍ମାନୀକୁ ଟକ୍କର ଦେବ ଭାରତ । ସେମିରେ ଜର୍ମାନୀକୁ ମାତ୍ ଦେବା ପାଇଁ ସ୍ବତନ୍ତ୍ର ରଣନିତୀ ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ ।

ଯଦି ଚଳିତ ବିଶ୍ବକପ କଥା କହିବା ତାହାଲେ ଚଳିତ ବିଶ୍ବକପରେ ଜର୍ମାନୀ ଏପର୍ଯ୍ୟନ୍ତ ୪ ଟି ମ୍ୟାଚ ଖେଳି ଅପରାଜୟ ରହିଛି । ଅନ୍ୟପକ୍ଷରେ ଭାରତ ଚଳିତ ବିଶ୍ବକପରେ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ତେବେ ଶୁକ୍ରବାର ଖେଳାଯିବାକୁ ଥିବା ସେମିଫାଇନାଲରେ ଜର୍ମାନୀର ବିଜୟ ରଥକୁ ଅଟକାଇ ଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ବ୍ଲୁ ବ୍ରିଗେଡ ।

 

 

Leave a Reply