ମେସିଙ୍କ କୋଲକାତା ଇଭେଣ୍ଟରେ ହଙ୍ଗାମା ଘଟଣା, ମୁଖ୍ୟ ଆୟୋଜକଙ୍କୁ ଏୟାରପୋର୍ଟରୁ ଗିରଫ କଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ: କୋଲକାତାର ସାଲ୍ଟଲେକ ଷ୍ଟାଡିୟମରେ ଫୁଟବାଲ ଷ୍ଟାର ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମ ସମୟରେ ହଙ୍ଗାମା ଓ ଅବ୍ୟବସ୍ଥାକୁ ନେଇ ଆକ୍ସନ ମୋଡରେ ପୋଲିସ । କାର୍ଯ୍ୟକ୍ରମ ମୁଖ୍ୟ ଆୟୋଜକ ସତାଦ୍ରୁ ଦତ୍ତାଙ୍କୁ ଏୟାରପୋର୍ଟରୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଦର୍ଶକଙ୍କୁ ସେମାନଙ୍କ ଟିକେଟ ଟଙ୍କା ଫେରାଯିବା ଉଚିତ ବୋଲି ଡିଜିପି କହିଛନ୍ତି ।
କ’ଣ ଥିଲା ପ୍ଲାନ ?
ଡିଜିପିଙ୍କ ଅନୁସାରେ, ମେସି ଆସିବେ, ହାତ ହଲାଇ ଦର୍ଶକଙ୍କୁ ଅଭିବାଦନ କରିବେ । ଏହାପରେ କିଛି ଲୋକଙ୍କୁ ଭେଟି ଚାଲିଯିବେ । ଏବେ ସରକାର ଅବ୍ୟବସ୍ଥାର ତଦନ୍ତ କରିବାକୁ ଏକ କମିଟି ବନାଇ ସାରିଛନ୍ତି । ଏହି କମିଟି ଅଘଟଣର ସବୁ ଦିଗକୁ ତର୍ଜମା କରିବ । ଆୟୋଜକଙ୍କ ତରଫରୁ କିଛି ମିସ-ମ୍ୟାନେଜମେଣ୍ଟ କରାଯାଇଛି କି ନାହିଁ ତାହାର ବି ତଦନ୍ତ ହେବ ।
ଟିକେଟ ଟଙ୍କା ଫେରି ପାଇବେ ଦର୍ଶକ !
ଡିଜିପି ଆଗକୁ କହିଛନ୍ତି, ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଆମେ ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟାନୁଷ୍ଠାନ ନେଉଛି ଯା, ଯେମିତି ବିନା ଦଣ୍ଡରେ ଶେଷ ନହେବ । ଆୟୋଜକ ସେହି ଲୋକଙ୍କୁ ଲିଖିତ ଭାବେ ଜଣାଉଛନ୍ତି, ଯେଉଁମାନେ ଦର୍ଶକଙ୍କୁ ଟିକେଟ ଟଙ୍କା ଫେରସ୍ତ କରାଯିବାକୁ ନେଇ ଚିନ୍ତାରେ ଅଛନ୍ତି । ଏଡିଜି ଲ’ ଆଣ୍ଡ ଅର୍ଡର ଜାଭେଦ ଶମିମ କହିଛନ୍ତି, ଏବେ ସ୍ଥିତି ନର୍ମାଲ ଅଛି । ଏତଲା ହେବା ସହ ମୁଖ୍ୟ ଆୟୋଜକଙ୍କୁ ଗିରଫ କରାଯାଇଛି । ପ୍ରଶଂସକଙ୍କୁ ସେମାନଙ୍କ ଟିକେଟ ଟଙ୍କା ଫେରସ୍ତ କରାଯିବ ବୋଲି ଆ୍ରୋଜକ କହିଛନ୍ତି । ଏହା କେମିତି ହେବ ଆମେ ତାହା ନିଶ୍ଚିତ କରିବୁ । ଏହାସହ ସେ କହିଛନ୍ତି, ଶୀଘ୍ର ମୁଖ୍ୟ ଆୟୋଜକଙ୍କୁ ପଚରାଉଚରା କରାଯିବ । ଏଥିରୁ କ’ଣ ବାହାରିବ ? ସତାଦ୍ରୁ ଏକା ନା ତାଙ୍କ ସହ ଆଉ କିଏ ଅଛନ୍ତି ? ଆଉ କାହା ନାଁ ପଦାକୁ ଆସିବ ? ପଚରାଉଚରା ପରେ ଜଣାପଡ଼ିବ ।

