ଦୁଇ ଦିନ ଶୁଖିଲା ପାଗ, ଆଜିଠୁ କମିବ ବର୍ଷା

1 min read

ଭୁବନେଶ୍ବର: ଆଜିଠୁ କମିବ ବର୍ଷା  । ପାଗରେ ଆସିବ ପରିବର୍ତ୍ତନ  । ରାଜ୍ୟରେ କ୍ରମଶଃ ଶୁଖିଲା ରହିବ ପାଗ  । କୌଣସି ଜିଲ୍ଲାରେ ବଡ଼ ବର୍ଷାର ସମ୍ଭାବନା ନାହିଁ ।  ବାଲେଶ୍ୱର ଉପର ଦେଇ ପୂର୍ବ-ପୂର୍ବ ଦିଗରେ ଏବଂ ପରେ ଉତ୍ତର-ପୂର୍ବ ଦିଗରେ ବଙ୍ଗୋପସାଗର ଦେଇ ଗତି କରୁଛି ମୌସୁମୀ ଟ୍ରଫ୍‌ ଲାଇନ୍‌  । ଏହା ସମୁଦ୍ର ପତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ଲମ୍ବିଛି  ।

ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ବରଗଡ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଓ ଗଜପତି ପ୍ରଭୃତି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି  ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ମେଘୁଆ ରହିବା ସହ ମଧ୍ୟାହ୍ନ ପର ଠାରୁ ବିଳମ୍ବିତ ରାତି ମଧ୍ୟରେ  କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି  । କଟକର କିଛି ସ୍ଥାନରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୨୮ ତାରିଖ ପରେ ପୁଣି ବର୍ଷା ନେଇ ସୂଚନା ରହିଛି  ।