spot_img

Latest Posts

ମଧ୍ୟବିତ୍ତଙ୍କ ପାଇଁ ଧମାକାଦାର ପ୍ୟାକେଜ, ୫ଟି ବଡ ପଦକ୍ଷେପ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ମଧ୍ଯବିତ୍ତ ହେବେ ମାଲାମାଲ୍। ବିଜେଡିର ନିର୍ବାଚନ ଇସ୍ତାହାର ନେଇ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି, ମଧ୍ୟବିତ୍ତ ହେଉଛନ୍ତି ସହରର ମେରୁଦଣ୍ଡ।

ନୂଆ ଓଡ଼ିଶା ଗଠନ ପାଇଁ ମଧ୍ୟବିତ୍ତ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଜେଡିର ଇସ୍ତାହାରରେ ମଧ୍ଯବିତ୍ତଙ୍କ ପାଇଁ ୫ଟି ବଡ଼ ପଦକ୍ଷେପ ନେବାକୁ ମୁଖ୍ଯମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ସହରାଞ୍ଚଳ ସହିତ ସମସ୍ତ ମଧ୍ୟବିତ୍ତଙ୍କୁ BKSY ନବୀନ କାର୍ଡ ପ୍ରଦାନ କରାଯିବ।

ଘର କିଣିବାକୁ ୨୦ ଲକ୍ଷ ଟଙ୍କା ପର୍ଯନ୍ତ ଋଣ ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଲୋନ ଉପରେ ବି ମିଳିବ ସୁଧ ରିହାତି। ଗମନାଗମନ ପାଇଁ ଲକ୍ଷ୍ମୀ ବସ ଓ ମୋ ବସ୍ ବ୍ୟବସ୍ଥା କରାଯାଇଛି। ରାଜ୍ୟର ପ୍ରାୟ ୯୮ ପ୍ରତିଶତ ପିଲା ନୂଆ ଓ ଛାତ୍ର ବୃତ୍ତିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଛାତ୍ରଙ୍କ ପାଇଁ ୧୨ ହଜାର, ଛାତ୍ରୀଙ୍କ ପାଇଁ ୧୪ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯିବ।

ମଧ୍ୟବିତ୍ତଙ୍କ ପାଇଁ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେଇ ନାହାନ୍ତି। ମଧ୍ୟଵିତ୍ତ ଆଗକୁ ବଢ଼ିଲେ ସର୍ଭିସ୍ ସେକ୍ଟର ଆଗକୁ ବଢ଼ିବ। ରାଜ୍ୟ ଆଗକୁ ବଢିବ। ରାଜ୍ୟର ଅର୍ଥନୈତିକ ବିକାଶ ହେବ। ମଧ୍ୟବିତ୍ତଙ୍କ ପାଇଁ ମୁଖ୍ଯମନ୍ତ୍ରୀ ଏହି ସବୁ ପଦକ୍ଷେପ ନେଇଥିବା କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

Latest Posts

Don't Miss