କୋଭିଡ୍ ନିୟମ ମାନିଲେନି କଲେଜ କର୍ତ୍ତୃପକ୍ଷ, ରେଡ୍ ପାଇଁ ଯାଇ ଖାଲି ହାତରେ ଫେରିଲା ପୋଲିସ

Midnight Class In Corona Containment Zone Dhenkanal

ଢେଙ୍କାନାଳ: ଶିକ୍ଷାନୁଷ୍ଠାନରେ ପାଠପଢ଼ା ଯାଏ, ଅନ୍ୟକୁ ଭଲ ମଣିଷ ହେବାର ଉପଦେଶ ଦିଆଯାଏ । ଯଦି ଖୋଦ୍ ଶିକ୍ଷାନୁଷ୍ଠାନ ବାଟ ହୁଡ଼େ ତେବେ କଣ ହେବ ? ଏ ପ୍ରଶ୍ନ ଉଠିଛି କଲେଜ କର୍ତ୍ତୃପକ୍ଷଙ୍କ ଖାମଖିଆଲ୍ ମନୋଭାବକୁ ନେଇ । କିଛିଦିନ ତଳେ ଢେଙ୍କାନାଳ ଟାଉନ୍ ଥାନା ୨ ନମ୍ବର ୱାର୍ଡର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏକାଧିକ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ବାହାରିଥିଲେ । ଏହାପରେ ଉକ୍ତ ଅଞ୍ଚଳକୁ ୧୦ ତାରିଖ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ ।

Midnight Class In Corona Containment Zone Dhenkanal

ପ୍ରଶାସନର ଘୋଷଣା ଅନୁଯାୟୀ, କଣ୍ଟେନମେଣ୍ଟ ଜୋନରେ ପାଠପଢ଼ା ତ ଦୂର କଥା, ବାହାର ଲୋକଙ୍କ ପ୍ରବେଶ ନିଷେଧ । କିନ୍ତୁ ଏଠି ସବୁ ନିୟମକୁ ମୋଡ଼ି ମକଚି କୋଭିଡ୍ କଟକଣାର ମଜାକ ଉଡ଼ାଇଛନ୍ତି କଲେଜ କର୍ତ୍ତୃପକ୍ଷ । କଣ୍ଟେନମେଣ୍ଟ ଜୋନରେ ଥିବା ଶିକ୍ଷାନୁଷ୍ଠାନରେ ରାତି ଅଧିଆ ଚାଲିଛି ପାଠପଢ଼ା । ୫୬ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ନିଟକରେ ସାଇକୃପା କଲେଜକୁ ସିଲ୍ କରାଯାଇଥିଲା । ସେହି ସାଇକୃପା କଲେଜର ୧୦୦ ମିଟର ଦୂରରେ ଥିବା ବିଟ୍ ଉଚ୍ଚ ମାଧ୍ୟମିକ ବିଜ୍ଞାନ କଲେଜ ଏବେ କଣ୍ଟେନମେଣ୍ଟ ଜୋନରେ କୋଭିଡ୍ କଟକଣା ଉଲ୍ଲଂଘନ କରିଛି ।

Midnight Class In Corona Containment Zone Dhenkanal

କଣ୍ଟେନମେଣ୍ଟ ଜୋନରେ ଥାଇ ରାତି ୧୨ଟାରେ ହେଉଛି କ୍ଲାସ । ଏନେଇ ଖବର ପାଇବା ପରେ ଟାଉନ୍ ଥାନା ପୋଲିସ ଚଢ଼ାଉ କରିଥିଲା । ପୋଲିସକୁ ଦେଖି କର୍ତ୍ତୃପକ୍ଷ ପଳାଇ ଯାଇଥିଲେ । ପୋଲିସ ଦୀର୍ଘ ସମୟ ଧରି କବାଟ ବାଡ଼େଇବା ପରେ ମଧ୍ୟ କେହି ଖୋଲି ନଥିଲେ, ଫଳରେ ପୋଲିସ ଫେରି ଯାଇଥିଲା । ଏନେଇ କଲେଜକୁ କାରଣଦର୍ଶାଅ ନୋଟିସ୍ ଜାରି ହେବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ । ଦେଖିବାର କଥା ପ୍ରଶାସନ କେଉଁଭଳି କାର୍ଯ୍ୟାନୁଷ୍ଠାନ ନେଉଛି ।

Leave a Reply