ଶୀତରୁ ସାମାନ୍ୟ ଆଶ୍ବସ୍ତି ,ରାଜ୍ୟରେ କମିଛି ଶୀତ ପ୍ରକୋପ

ଭୁବନେଶ୍ବର : ରାଜ୍ୟରେ ଶୀତରୁ ସାମାନ୍ୟ ଆଶ୍ବସ୍ତି  । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ ସାମାନ୍ୟ କମିଛି ଶୀତ  । ଆଗାମୀ ୪ ରୁ ୫ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ  । ବାୟୁମଣ୍ଡଳର ତଳ ଭାଗରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ଶୀତର ପ୍ରକୋପ ରହିବ ନାହିଁ । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ସାମୁଦ୍ରିକ ବାୟୁର ପ୍ରଭାବ ସହ ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ଏବଂ ଶୀତର ପ୍ରକୋପ ହ୍ରାସ ହୋଇଛି  ।

ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ସ୍ବାଭାବିକ ରହିଛି । ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । କଟକ ଭୁବନେଶ୍ବରରେ ଦୃଶ୍ୟମାନ ଦୂରତା ୫୦ମିଟର ରହିଥିବାବେଳେ ଚାନ୍ଦବାଲିରେ ୬୦ମିଟର ଓ ପାରାଦୀପରେ ୭୫ମିଟର ରହିଛି ।