ବଢୁଛି ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟର ଚାହିଦା

1 min read

କୋରାପୁଟ: ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ସୁସ୍ବାଦୁ ଖାଦ୍ୟ । ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ସ୍ବାବଲମ୍ବୀ ମହିଳା । କୋରାପୁଟ ଜିଲ୍ଲାର ମିଶନ ଶକ୍ତି ମହିଳା ମାନେ ମାଣ୍ଡିଆରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କରି ଭଲ ରୋଜଗାର କରୁଛନ୍ତି। କ୍ୟାଲସିୟମ ଓ ପ୍ରୋଟିନରେ ଭରପୁର ମାଣ୍ଡିଆ ଖାଦ୍ୟ ସାମଗ୍ରୀ ନେବାରୁ ଲୋକଙ୍କ ଆଗ୍ରହ ରହିଛି ।

ଆଉ ଗରିବଙ୍କ ଖାଦ୍ୟ ହୋଇ ରହିନାହିଁ ମାଣ୍ଡିଆ। କ୍ୟାଲସିୟମ ଓ ପ୍ରୋଟିନରେ ଭରପୁର ମାଣ୍ଡିଆରୁ ତିଆରି ହେଉଛି ସୁସ୍ବାଦୁ ଖାଦ୍ୟ । ଦିନକୁ ଦିନ ବଢୁଛି ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟର ଚାହିଦା । ମାଣ୍ଡିଆ ପାଇଁ ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା । କୋରାପୁଟରେ  ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମାଣ୍ଡିଆରୁ ସ୍ବାଦିଷ୍ଠ ଖାଦ୍ୟ ପ୍ରସ୍ତୁତ କରି ରୋଜଗାର କରୁଛନ୍ତି । ଆଇସିଆରଆଇଏସଏଟି ସହାୟତାରେ ଓଡିଶା ଜୀବିକା ମିଶନ ଦ୍ଵାରା କୋରାପୁଟ ସେମିଲିଗୁଡାର ରାଜପୁଟ ପଞ୍ଚାୟତରେ ନିର୍ମାଣଧିନ ଥିବା ମାଣ୍ଡିଆ ପ୍ରକ୍ରିୟା କରଣ ପ୍ଲାଣ୍ଟର ନିର୍ମାଣ କରାଯାଇଛି।

ମାଣ୍ଡିଆକୁ ପ୍ରୋସେସିଂ କରି ଦୈନିକ ଏକଟନ ମାଣ୍ଡିଆ ଅଟା ସହ ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି l ଏହାଦ୍ଵାରା ପ୍ରାୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସ୍ୱାବଲମ୍ବୀ ହେବା ସହିତ ପାଞ୍ଚ ହଜାର ମାଣ୍ଡିଆ ଚାଷୀ ଉପକୃତ ହେଉଛନ୍ତି l ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଜ ଜଣାଇଛନ୍ତି ମହିଳା ।