ଗଞ୍ଜାମରେ କ୍ଷୀର ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା… ଘରେ ପଶି ଲୁଟପାଟ ପରେ ହତ୍ୟା କଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଗୋଷାଣୀ ନୂଆଗାଁ ଥାନା ହିଲପାଟଣାରେ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା । ମୃତକ ହେଲେ ଲମ୍ବୋଦର ମୁନି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲମ୍ବୋଦରଙ୍କ ଘରେ ପଶି ଲୁଟପାଟ କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟବସାୟୀ ହେରିଟେଜ୍‌ କ୍ଷୀର ଡିଲର ଥିଲେ । ଘଟଣାସ୍ଥଳରେ ପୋଲିସ ଏସଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିବ ବୋଲି ସୂଚନା ମିଲିଛି । ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ମଧ୍ୟ ଲୁଟ କରିଥିବା କହିଛନ୍ତି କମ୍ପାନୀର କର୍ମଚାରୀ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ଭିତ ରାତିରେ ଖିର ମାଲିକଙ୍କ ଘରକୁ କିଛି ଦୁର୍ବୃତ୍ତ ପଶିଥିଲେ । ବାହାରେ ଲାଗିଥିବା ସିସିଟିଭି ଅନୁଯାୟୀ ରାତି ପ୍ରାୟ ୧୨ଟା ୫୮ ମିନିଟରେ ୪ ଜଣ ଦୁର୍ବୃତ୍ତ ଘର ଭିତରକୁ ଝରକା ଭାଙ୍ଗି ପଶିଥିଲେ । ଘର ଭିତରେ ଉତ୍ପାତ କରିବା ପରେ ରକ୍ତାକ୍ତ କାଣ୍ଡ ଭିଆଇଥିଲେ । ଘଟଣା ସ୍ଥଳରେ ବ୍ରହ୍ମପୁର ଏସ୍‌ପି, ଏସଡିପିଓ ଆସି ପହଞ୍ଚିଛନ୍ତି । ଘର ଭିତରେ ଲାଗିଥିବା ୭ରୁ ଅଧିକ ସିସିଟିଭିର ହାର୍ଡ ଡିସ ବାହାର କରିନେଇଛନ୍ତି ଦୁର୍ବୃତ୍ତ । ସେପଟେ ବାହାରେ ଲାଗିଥିବା ସିସିଟିଭିକୁ ଦେଖି ପୋଲିସ ତଦନ୍ତ ଚଳାଇଛି । ହତ୍ୟା ନେଇ ଅନେକ ତଥ୍ୟ ମିଳିଛି ବୋଲି କହିଛି ପୋଲିସ ।

Leave a Reply