spot_img

Latest Posts

ତ୍ୱଚା ଏବଂ କେଶ ସମସ୍ୟା ଦୂର କରିବ ମାଣ୍ଡିଆ

ବ୍ୟୁରୋ ରିପୋର୍ଟ : ମାଣ୍ଡିଆ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ। ହେଲେ ଆପଣ ଜାଣିଛନ୍ତି କି, ତ୍ୱଚା ଏବଂ ଚୁଟିରେ ପ୍ରାକୃତିକ ଚମକ ଆଣିଥାଏ ମାଣ୍ଡିଆ। ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କସମେଟିକ୍ ମଧ୍ୟ ମାଣ୍ଡିଆ ଆଗରେ ଫିକା ପଡିଥାଏ। ଏହାକୁ ଲଗାଇବା ଦ୍ୱାର ମୁହଁର ଏବଂ ଚୁଟିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ମୁହଁର କଳା ଦାଗ, ଚୂଟି ଝଡିବା ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ। ମୁହଁରେ ଗୋରାପଣ ଆଣିଥାଏ ମାଣ୍ଡିଆ। ହେଲେ ଆପଣ ଏହାକୁ ବ୍ୟବହାର କିପରି କରିବେ ଜାଣିରଖନ୍ତି।

ସାଧାରଣତଃ ଲୋକମାନେ ଜାଣିଛନ୍ତି ମାଣ୍ଡିଆ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍ ରହିଛି, ଯାହା ମଧୁମେହ, ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ ଫାଇଦାଯୁକ୍ତ ହୋଇଥାଏ। ଓଜନ କମ୍ କରିବାରେ ବି ଏହା ବହୁତ ଭଲ ହୋଇଥାଏ। ମାଣ୍ଡିଆ ସ୍ୱାସ୍ଥ୍ୟ ସାଙ୍ଗକୁ କେଶ ଓ ତ୍ୱଚା ପାଇଁ ମଧ୍ୟ ବଢ଼ିଆ ରହିଥାଏ।

ନିୟମିତ ଭାବରେ ଆପଣଙ୍କ ଖାଦ୍ୟର ଏକ ଅଂଶ ଭାବରେ ମାଣ୍ଡିଆକୁ ସାମିଲ କରନ୍ତୁ। ଏହା ଦ୍ୱାରା କେଶ, ଚର୍ମ ଏବଂ ନଖର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏହା ସିଧାସଳଖ ଲାଭଦାୟକ ଅଟେ।

ଏହା ସହ ମାଣ୍ଡିଆରେ ହେୟାର ମାସ୍କ ପ୍ରସ୍ତୁତ କରି କେଶରେ ଏହାକୁ ବ୍ୟବହାର କରିପାରିବେ। ପ୍ରଥମେ ଏକ ପାତ୍ରରେ ମାଣ୍ଡିଆ ଗୁଣ୍ଡ ନିଅନ୍ତୁ। ଏଥିରେ ଅଁଳା ପେଷ୍ଟ ପକାଇ ଭଲ ଭାବେ ମିକ୍ସ କରି ନିଅନ୍ତୁ। ଏହାପରେ ଆବଶ୍ୟକ ଅନୁସାରେ ମନ୍ଦାର ଫୁଲ ପାଣି ପକାନ୍ତୁ। ପ୍ରସ୍ତୁତ ପେଷ୍ଟକୁ ନିଜ କେଶ ମୂଳରେ ଲଗାନ୍ତୁ ଏବଂ ମସାଜ କରନ୍ତୁ। ପାଖାପାଖି ୧୦ରୁ ୧୫ ମିନିଟ୍ ପରେ ନିଜ କେଶ ଧୋଇ ନିଅନ୍ତୁ।

ଯଦି ଆପଣ ମାଣ୍ଡିଆକୁ ତ୍ୱଚାରେ ଲଗାଉଛନ୍ତି ତେବେ ସ୍କିନ୍ ଗ୍ଲୋ କରିବା ସହ କଳା ଦାଗ, ବ୍ରଣ ଜନିତ ସମସ୍ୟାରୁ ଦୂରରେ ରହିବେ। ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ହେଉଛି ପ୍ରଥମେ ଦହିରେ ମାଣ୍ଡିଆ ପକାଇ ଅଳ୍ପ ସମୟ ପାଇଁ ଭିଜେଇକି ରଖନ୍ତୁ। ଯେତେବେଳେ ମାଣ୍ଡିଆ ହାଲୁକା ନରମ ହୋଇଯିବ ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାଇ ହାତରେ ହାଲୁକା ସ୍କ୍ରବ୍ କରନ୍ତୁ। ଏହାର ପାଖାପାଖି ୧୫ରୁ ୨୦ ମିନିଟ୍ ପରେ ନିଜ ଚେହେରା ସଫା କରି ନିଅନ୍ତୁ।

Latest Posts

Don't Miss