ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ମାଟି ତଳୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ସମ୍ବଲପୁର: ସମ୍ବଲପୁରରେ ପୋଲିସକୁ ବଡ଼ ସଫଳତା । ମିଳିଲା ହୋଟେଲରୁ ଚୋରି ହୋଇଥିବା ୩୯ ଲକ୍ଷ ଟଙ୍କା । ମାଟି ତଳୁ ପୁଳା ପୁଳା ଟଙ୍କା ବାହାର କଲା ପୋଲିସ । ଏକ ପ୍ଲାଷ୍ଟିକ ବସ୍ତାରେ ଟଙ୍କାକୁ ଭର୍ତ୍ତି କରି ମାଟି ତଳେ ରଖିଥିଲା ଚୋର । ସମ୍ବଲପୁରର ଶୀଲା ଟାଓ୍ବାର ହୋଟେଲରୁ ଚୋରି ହୋଇଥବା ଟଙ୍କାକୁ ଦେବଗଡ଼ରୁ ଉଦ୍ଧାର କରିଛି ପୋଲିସ । ଶୀଲା ଟାଓ୍ବାରର ଜଣେ କର୍ମଚାରୀ ୩୯ ଲକ୍ଷ ଟଙ୍କା ଚୋରି କରି ଦେବଗଡ ଜିଲ୍ଲାକୁ ନେଇ ପଳାଇଥିଲେ । ଘଟଣାରେ ପୋଲିସ ତଦନ୍ତ କରି ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ଚୋରି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ଧରିବାରେ ସଫଳ ହେବା ସହ ଚୋରି ଟଙ୍କାକୁ ଜବତ କରିଛି ପୋଲିସ ।