ବ୍ୟାଙ୍କ ପକ୍ଷରୁ ଘୋଷଣା: ଏଣିକି ଆକାଉଣ୍ଟରେ ମିନିମମ୍ ବାଲାନ୍ସ ୫୦ ହଜାର ଟଙ୍କା ରଖିବାକୁ ପଡ଼ିବ

1 min read

ପ୍ରାଇଭେଟ ସେକ୍ଟର ଲେଣ୍ଡର ଆଇସିସିଆଇ ବ୍ୟାଙ୍କର ସେଭିଙ୍ଗସ ଖାତାରେ ଏଣିକି ମିନିମମ ବାଲାନ୍ସ ୫୦ ହଜାର ଟଙ୍କା ରଖିବାକୁ ପଡ଼ିବ । ଏହି ନିୟମ ଅଗଷ୍ଟ ୧ ତାରିଖରୁ ପ୍ରଭାବୀ ହୋଇଯିବ । ଏହା ପୂର୍ବରୁ ମିନିମମ ବାଲାନ୍ସ ୧୦ ହଜାର ଟଙ୍କା ରହିଥିଲା । ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଖାତାରେ ସର୍ବନିମ୍ନ ରାଶି ୫ ଗୁଣ ବୃଦ୍ଧି କରାଯାଇଛି । ମିନିମମ ବାଲାନ୍ସର ବୃଦ୍ଧି ମେଟ୍ରୋ ଠାରୁ ଆରମ୍ଭ କରି ଗାଁ ଗ୍ରାହକଙ୍କ ପାଇଁ ଲାଗୁ କରାଯାଇଛି । ଯେଉଁ ଗ୍ରାହକଙ୍କ ଖାତାରେ ମିନିମମ ବାଲାନ୍ସ ନଥିବ, ସେ ଜରିମାନା ଦେଇ ପାରନ୍ତି ।

ମେଟ୍ରୋ ଓ ସହରାଞ୍ଚଳରେ ଏଣିକି ଅତିକମରେ ୫୦ ହଜାର, ଅର୍ଦ୍ଧ-ସହରୀ ଅଞ୍ଚଳରେ ୨୫ ହଜାର ଓ ଗ୍ରାମାଞ୍ଚଳରେ ୧୦ ହଜାର ଟଙ୍କା ରଖିବାକୁ ପଡ଼ିବ । ପୂର୍ବରୁ ମେଟ୍ରୋ ଓ ସହରାଞ୍ଚଳରେ ସଞ୍ଚୟ ଖାତା ପାଇଁ ସର୍ବନିମ୍ନ ରାଶି ୧୦ ହଜାର ଟଙ୍କା ରହିଥିଲା । ଏହି ନିଷ୍ପତ୍ତି ପରେ ଏବେ ଘରୋଇ ବ୍ୟାଙ୍କରେ ମିନିମମ ବାଲାନ୍ସ କ୍ଷେତ୍ରରେ ଆଇସିଆଇସିଆଇ ବ୍ୟାଙ୍କର ରାଶି ସବୁଠାରୁ ଆଗରେ ରହିଛି । ଅନ୍ୟ ପକ୍ଷରେ ପବ୍ଲିକ ସେକ୍ଟର ବ୍ୟାଙ୍କରେ ୨୦୨୦ରେ ଏସବିଆଇ ମିନିମମ ବାଲାନ୍ସ ହଟାଇ ଦେଇଥିଲା । ଅପରେସନ କଷ୍ଟ ମ୍ୟାନେଜ କରିବା ପାଇଁ ଅନ୍ୟ ବ୍ୟାଙ୍କମାନେ ସଞ୍ଚୟ ଖାତାରେ ଅତିକମରେ ୨ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ମିନିମମ ବାଲାନ୍ସ ସୀମା ରଖିଛନ୍ତି ।