କେନ୍ଦ୍ରର ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ! ଧାରଣାରେ ସାମିଲ୍ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ

1 min read

ସୋର: କେନ୍ଦ୍ରୀୟ ଯୋଜନା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଭରସା ନାହିଁ । ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆଣି ଧାରଣାରେ ବସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ  । ଏଥିସହ ଧାରଣା ସ୍ଥଳରେ କେନ୍ଦ୍ର ବିରୋଧରେ କରିଛନ୍ତି ବିଷୋଦଗାର । କହିଛନ୍ତି- ଏନଏଚ ଅଧିକାରୀ ଓ ଠିକା କମ୍ପାନୀ ବ୍ରିଜ୍ ଗୋପଳ କନଷ୍ଟ୍ରକ୍ସନ ମିଳିମିଶି ଲୁଟ୍ ଯୋଜନା କରିଛନ୍ତି ।

Minister Pratap Sarangi Sitting In Strike Against Centre's Developmental Work In Soro

ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରିବା ବଦଳରେ ବାହାର ଶ୍ରମିକଙ୍କୁ ନିୟୋଜିତ କରିଛି କମ୍ପାନୀ । ଏପରକି  ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆନଯାଇ ନିର୍ମାଣ କାର୍ଯ୍ୟ କରାଯାଉଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ଏଥିସହ ପଥର ଚୋରି କରି ରାସ୍ତାକାମ ଚାଲିଥିବାରୁ ରାଜସ୍ବ ହାନି ହେଉଥିବା ଅଭିଯୋଗ ଆଣିଛନ୍ତି ପ୍ରତାପ  ।

Minister Pratap Sarangi Sitting In Strike Against Centre's Developmental Work In Soro

ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ଆଣି ମାଟି ମାଆ ସଂଘର୍ଷ ସମିତିର ଧାରଣାରେ ସାମିଲ ହୋଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ତେବେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ଚାଲିଥିବା ବେଳେ, କେନ୍ଦ୍ରମନ୍ତ୍ରୀଙ୍କ ଏ ଆଭିମୁଖ୍ୟ ତାଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ନିଜେ ବିଭାଗୀୟ ମନ୍ତ୍ରୀଙ୍କୁ ନଜଣାଇ କେନ୍ଦ୍ରକୁ ଟାର୍ଗେଟ୍ କରି ଲୋକଙ୍କ ସମର୍ଥନ ହାସଲ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି ।

Minister Pratap Sarangi Sitting In Strike Against Centre's Developmental Work In Soro

ଏନେଇ ସ୍ଥାନୀୟ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ମନ୍ତ୍ରୀ ଜଣାଇଥିବା ବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

Leave a Reply