ମୋବାଇଲ ଛଡ଼ାଇ ନେବାରୁ ବାଳକର ଆତ୍ମହତ୍ୟା

କୋରାପୁଟ: କୋରାପୁଟରେ ଘଟିଛି ଅଭାବନୀୟ ଘଟଣା । ମୋବାଇଲ୍ ଛଡ଼ାଇ ନେବାରୁ, ବାଳକର ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଗୌତମନଗର ଅଞ୍ଚଳର ଘଟଣା । ବି.ମନୋହର ବାଇଲ୍‌ରେ ଖେଳୁଥିଲା । ବାପା ବି.ଶ୍ରୀନିବାସ ତାକୁ ତାଗିଦ କରିବା ସହ ମୋବାଇଲ୍‌ଟିକୁ ଛଡ଼ାଇ ନେଇଥିଲେ । ବାପାଙ୍କ ରାଗରେ ଉତ୍‌କ୍ଷୀପ୍ତ ହୋଇପଡିଥିଲେ ୧୩ ବର୍ଷର ପୁଅ  । ପରବର୍ତ୍ତୀ ସମୟରେ ନିଜକୁ ଘର ଭିତରେ ବନ୍ଦ କରି ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି  ।

ପରେ ପରିବାର ଲୋକେ ଏହା ଦେଖିବା ପରେ ଥାନାକୁ ଜଣାଇଥିଲେ । ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଏଭଳି ଏକ ଘଟଣା କୋରାପୁଟରେ ଘଟିଥିବାବେଳେ ସାଧାରଣ ଲୋକ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି  ।

Leave a Reply