୧୮ ଘଣ୍ଟା ପରେ ବି ମିଳୁନି ନାବାଳକଙ୍କ ପତ୍ତା, ନାକେଦମ୍ ଅଗ୍ନିଶମ ଟିମ୍

1 min read

ଭୁବନେଶ୍ୱର: ଅଠର ଘଣ୍ଟାରୁ ଅଧିକ ସମୟ ବିତିଗଲାଣି  । ଘରେ ମାଆର ଆଖିରୁ କମୁନି ଲୁହର ଧାର  । କେତେବେଳେ ବେହୋସ ହୋଇଯାଉଛି ତ, ଆଉ କେତେବେଳେ ମୋ ଧନକୁ ଫେରାଇ ଆଣ ବୋଲି ଅଳି କରୁଛି  । ସେପଟେ ପ୍ରତିଟି ଡ୍ରେନକୁ ତନଖି କରିବାରେ ଲାଗିଛନ୍ତି ଅଗ୍ନିଶମ ବାହିନୀ  । କିନ୍ତୁ ତଥାପି ମିଳୁନାହିଁ ଜ୍ୟୋତି ପ୍ରକାଶ ବେହେରାଙ୍କ କୈଣସି ସନ୍ଧାନ । ରବିବାର ଅପରାହ୍ନରେ ଟ୍ୟୁସନ ଯାଇଥିବା ବେଳେ ଡ୍ରେନ ପାଣିରେ ଭାସି ଯାଇଥିଲେ ଜ୍ୟୋତି  ।

ଗତକାଲି ଜାଗମରାରେ ଲେନ ୭ ଡ୍ରେନକୁ ତନଖି କରିବା ପରେ ବି ଅଗ୍ନିଶମ ଟିମ ହାତରେ ଜ୍ୟୋତିଙ୍କ କୈଣସି ପତ୍ତା ଲାଗିନଥିଲା  ।  ସେପଟେ ଆଜି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ଅଗ୍ୱିଶମବାହିନୀ  । ଆଜି ସକାଳୁ  Iter ପଞ୍ଚସଖା ନଗରରେ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରସେନ ଜାରି ରହିଛି  । ଯେହେତୁ  ପଞ୍ଚସଖା ନଗରରେ ଦୁଇଟି ନାଳ ଗୋଟିଏ ସ୍ଥାନରେ ମିଶିଛି  । ତେଣୁ ଏହି ସ୍ଥାନକୁ ସନ୍ଦେହରେ ରଖି ସର୍ଚ୍ଚ ଅପରେସନ ଚଳାଇଛି ଟିମ୍  । ଏଥି ସହିତ ସାଧାରଣ ଲୋକେ ମଧ୍ୟ ନିଖୋଜ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିଙ୍କୁ ଖୋଜିବାରେ ସାମିଲ ହୋଇଛନ୍ତି  ।

Leave a Reply