କେକ୍‌ କାହିଁକି ଅଇଁଠା କଲୁ…? ବାସ ଏତିକି, ତାପରେ ହେଲା ଏମିତି କିଛି

ରାଉରକେଲା: ଜନ୍ମଦିନରେ କେକ୍‌ ଆସିଥିଲା । ସମସ୍ତେ ଖୁସିଥିଲେ ଝିଅର ଜନ୍ମଦିନ ନେଇ । କିନ୍ତୁ ଜନ୍ମଦିନରେ ଏମିତି କିଛି ହେଲା  ଯେ ସମସ୍ତଙ୍କର ନିଦ ହଜାଇ ଦେଲା ।

କେକ୍‌ କାହିଁକି ଅଇଁଠା କଲୁ… ? ମା’ର ଏଇ ଟିକକ ରାଗ ପାଇଁ ଓଢ଼ଣୀ ଦେଇ ଜୀବନ ହାରିଲା କୁନି ଝିଅ । ଜନ୍ମଦିନ ପାଳନ ପୂର୍ବରୁ ଝିଅ ଚାଳିଗଲା ଆରପାରିକୁ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହରର ବନ୍ଧମୁଣ୍ଡା  ସି ସେକ୍ଟର ଅଞ୍ଚଳରେ । ଛାତ୍ରୀ ଜଣକ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି ।

ସୂଚନା ଅନୁଯାୟୀ, ଜନ୍ମଦିନରେ କେକ୍‌ ଆସିଥିଲା କଟାହେବା ପାଇଁ । ଝିଅ ଜନ୍ମଦିନ ଖୁସିରେ ସ୍କୁଲରୁ ଆସି କେକ୍‌ଟିରୁ ଟିକେ ଖାଇ ଦେଇଥିଲେ । ଯାହାକୁ ନେଇ ଝିଅର ମା’ କାହିଁକି ଅଇଁଠା କଲୁ କହି ଝିଅ ଉପରେ ବିରକ୍ତ ହୋଇଥିଲେ । ଆଉ କହିଲେ ଯେ ଅଇଁଠା କାହିଁକି କଲୁ କେକ୍‌ କଟା ହେବ ନାହିଁ । ଏତିକି କହି ମାଆ ତାଙ୍କ କାମ କରିବା ସମୟରେ ଝିଅ ନିଜ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏନେଇ ବନ୍ଧମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟପକ୍ଷରେ ଶବକୁ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲର ମର୍ଗ ହାଉସରେ ରଖାଯାଇଛି । ଘଟଣାସ୍ଥଳରେ ବନ୍ଧମୁଣ୍ଡା ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply