spot_img

Latest Posts

ଗୁରୁ ନାଁରେ କଳଙ୍କ ; ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ !

ଫୁଲବାଣୀ : ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ l ଅଭିଯୁକ୍ତ ଶିକ୍ଷକ ଥାନାରେ ଅଟକ l ବିଜ୍ଞାନ ମେଳାକୁ ନେଇ ରାସ୍ତାରେ ଦୁଷ୍କର୍ମ ଅଭିଯୋଗ l କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ଏକ ସ୍କୁଲରେ ଘଟିଛି ଏଭଳି ଘଟଣା l ସ୍କୁଲର ଶିକ୍ଷକ କୁନୁ ଭୋଇ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ବିଜ୍ଞାନ ମେଳାକୁ ନେଇ ରାସ୍ତା ମଧ୍ୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l

ଥରେ ନୁହେଁ ୬ ଥର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପରିବାର l ଗୋଚ୍ଛାପଡା ପୋଲିସ ଶିକ୍ଷକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପଚାର ଉଚରା କରୁଛି l ତେବେ ଶିକ୍ଷକଙ୍କ ନାମରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ରହିଛି l ଏନେଇ ସ୍ଥାନୀୟ ସରପଞ୍ଚ ଓ ଅଭିଭାବକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

Latest Posts

Don't Miss