ବାଲେଶ୍ୱରରେ ନାବାଳକକୁ ୮୨ ହଜାର ୫୦୦ ଟଙ୍କାର ଜରିମାନା

ବାଲେଶ୍ୱର: ନାବାଳକ ଟ୍ରାକ୍ଟର ଚାଳକକୁ ୮୨ ହଜାର ୫୦୦ ଟଙ୍କା ଜରିମାନା । ସହର ଭିତରେ ଟ୍ରାକ୍ଟର ଚଳାଉଥିବା ଅଭିଯୋଗରେ ଆରଟିଓ ତରଫରୁ ଏହି ବଡ଼ ଧରଣର ଜରିମାନା କରାଯାଇଛି । ଗାଡ଼ି ଚାଳାଇବା ନେଇ ନିର୍ଦ୍ଧାରିତ ବୟସ ହୋଇନଥିବା ଏବଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଇବା,  କୃଷି କାର୍ଯ୍ୟ ପାଇଁ ପଞ୍ଜିକୃତ ହୋଇଥିବା ଟ୍ରାକ୍ଟରକୁ ବ୍ୟବସାୟରେ ବ୍ୟବହାର କରିବା ପ୍ରଭୃତି ଅଭିଯୋଗରେ ୫୭ ହଜାର ୫୦୦ ଟଙ୍କାର ଜରିମାନା କରାଯାଇଛି । ଏଥିସହିତ ଟ୍ରାକ୍ଟରକୁ ଜବତ ମଧ୍ୟ କରାଯାଇଛି ।

ସେହିପରି ଟ୍ରାକ୍ଟରରେ ମାଟି ବୋହା ଯାଉଥିବାରୁ ତହସିଲ ତରଫରୁ ଯାଞ୍ଚ ଚାଲିଛି । ସରକାରୀ ଜମିରୁ ବେଆଇନ ଭାବେ ମାଟି ଚାଲାଣ କରାଯାଉଥିବା ଅଭିଯୋଗରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରିଛନ୍ତି ତହସିଲଦାର । ଏଥିସହିତ ଟ୍ରାକ୍ଟରରେ ବ୍ୟବହାର କରାଯାଉଥିବା ତେଲ ଅପମିଶ୍ରଣକୁ ମଧ୍ୟ ସିଏସ୍‌ଓ ଅଫିସର ଅଧିକାରୀମାନେ ପହଞ୍ଚି ପରୀକ୍ଷା କରୁଛନ୍ତି । ଯଦି ଅପମିଶ୍ରଣ ଥିବା ଜଣାପଡ଼େ ତେବେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇ ପାରେ ବୋଲି ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ପିପିଲିରେ କାହା ଉପରେ କିଏ ପଡ଼ିବ ଭାରି ? କ’ଣ କହୁଛି ରାଜନୀତିକ ଇତିହାସ…

 

Leave a Reply