ସାବଧାନ! ଗାଡ଼ି ଡିକିରେ ଟଙ୍କା ରଖିଲେ ଭୋଗିବେ ଏମିତି ଦଶା…..

1 min read

ଆପଣ ଟଙ୍କା ବ୍ୟାଙ୍କରୁ ଉଠାଇ ଗାଡ଼ି ଡିକିରେ ରଖୁଛନ୍ତି କି  ? ??

ଯଦି ହଁ, ତେବେ ଆଦୌ ସେମିତି କରନ୍ତୁ ନାହିଁ !

ଯଦି ବି ଟଙ୍କା ଗାଡିି ଡିକିରେ ରଖୁଛନ୍ତି ଗାଡିକୁ ଏକୁଟିଆ ଛାଡି କୁଆଡ଼େ ଯାଆନ୍ତୁ ନାହିଁ !

କାରଣ ଆପଣଙ୍କ ଟଙ୍କା ଉପରେ ଖାଲି ଆପଣଙ୍କ ନଜର ଅଛି ବୋଲି ଭାବନ୍ତୁନି । ଆପଣଙ୍କ ଟଙ୍କା ଉପରେ ଅଜଣା ଦୁର୍ବୃତ୍ତଙ୍କ  ନଜର ଥାଏ ଯାହା ଆପଣ ଜାଣିପାରନ୍ତିନି। ଟଙ୍କା ଉଠାଇବା ପରେ ସେମାନେ ଆପଣଙ୍କୁ ଫଲୋ କରନ୍ତି। ଆପଣଙ୍କର ଛାେଟିଆ ଭୁଲକୁ ତାଙ୍କର ଅପେକ୍ଷା ଥାଏ । କେତେବେଳେ ଆପଣଙ୍କର ନଜର ଟଙ୍କା ଉପରୁ ହଟିବ ଆଉ ସେ ମଉକା ଦେଖି ଛକା ମାରିବେ । ଟିକେ ନଜର ହଟିଲା ତ କଥା ସରିଗଲା । ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଲୋକ ସଚେତନ ହେଉ ନାହାନ୍ତି ।

ଆଜି ଭଦ୍ରକରେ ଏମିତି ଏକ ଘଟଣା ଘଟିଛି ଆଉ ଲୁଟ୍ ହୋଇଛି ୧ଲକ୍ଷ ୪୦ ହଜାର ଟଙ୍କା । ଆଖି ପିଛୁଳାକେ ଡିକି ଭାଙ୍ଗି ବିଡ଼ା ବିଡ଼ା ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ, ଭଦ୍ରକ ତଳଗୋବିନ୍ଦ ଅଞ୍ଚଳର ମଦନ ନାୟକ ଷ୍ଟେଟ୍‌ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଡିକିରେ ରଖିଥିଲେ ।

ଘରକୁ ଆସିବା ସମୟରେ ବନ୍ତ ଛକ ଫିସରି ମାର୍କେଟରେ ଗାଡ଼ି ରଖି ମାର୍କେଟ୍ ଭିତରକୁ ଯାଇଥିଲେ  । ଆସି ଦେଖନ୍ତି ଯେ, ତାଙ୍କ ଗାଡ଼ି ଡିକି ଭାଙ୍ଗି କିଏ ଟଙ୍କା ଲୁଟି ନେଇଛି । ଏନେଇ ଟାଉନ ପୋଲିସରେ ଅଭିଯୋଗ କରିଛନ୍ତି  ମଦନ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ପୂଜା ସମୟରେ ଲୁଟେରାମାନଙ୍କର ଏଭଳି ପ୍ରାଦୁର୍ଭାବ ପୋଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି  ।

  ')}

Leave a Reply