ବନ୍ଧୁକ ମୁନରେ ଦମ୍ପତିଙ୍କ ଠାରୁ ସୁନା ଚେନ୍ ଓ ମୋବାଇଲ ଲୁଟି ନେଲେ ଦୁବୃର୍ତ୍ତ

ନୟାଗଡ଼: କୋଟଗଡ଼ ଘାଟି ନିକଟରେ କିଛି ଦୁବୃର୍ତ୍ତ ବନ୍ଧୁକ ମୁନରେ ଦମ୍ପତିଙ୍କ ଠାରୁ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ଥାନା କୋଟଗଡ଼ ଘାଟିରେ ୩ ଡକାୟତଙ୍କ ଡକାୟତିର ଶିକାର ହୋଇଛନ୍ତି ଦମ୍ପତି ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ସାନବାଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ପତ୍ନୀ ମାମିନା ଜେନା ଏକ ବାଇକ ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ । ସକାଳୁ ଯାଉଥିବାରୁ ଏହାର ସୁଯୋଗ ନେଇ ଡକାୟତମାନେ ସେମାନଙ୍କ ପିଛା କରିଥିଲେ । ରାଜସୁନାଖଳା ଫାଣ୍ଡି ଅଧୀନ କୋଟଗଡ଼ ନିଛାଟିଆ ଘାଟି ରାସ୍ତାରେ ଦମ୍ପତିଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ୯ ହଜାର ଟଙ୍କା ଥିବା ଏକ ଭ୍ୟାନିଟି, ଦେଢ଼ ଭରିର ଏକ ଚେନ ଏବଂ ଏକ ମୋବଇଲ ନେଇ ଯାଇଛନ୍ତି ।

ଅପରପକ୍ଷେ ସମ୍ପୃକ୍ତ ଦମ୍ପତି ଡକାୟତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା ବେଳେ ଡକାୟତ ମାନେ ବନ୍ଧୁକରେ ସୁରେଶଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ସୁରେଶଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ତାଙ୍କୁ ସ୍ଥାନୀୟ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ  ଭର୍ତ୍ତି କରାଯାଇଛି । ଏହି ଘଟଣାରେ ତାଙ୍କ ପତ୍ନୀ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ତେବେ ଏହି ଡକାୟତି ନେଇ ରାଜସୁନାଖଳା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଦମ୍ପତି ।

Leave a Reply