ଗୁଣୁପୁର: ଗୁଣୁପୁର ବଂଶଧାରା ନଦୀ ଓଭରବ୍ରିଜ୍ ନିକଟରେ ଗୁଳି କରି ହତ୍ୟା । ମୃତକ ହେଲେ ପୁରୁଣା ଷ୍ଟେଟ୍ ବ୍ୟାଙ୍କ ସାହିର ଗୌରୀ ମିଶ୍ର । ସେ ଏକ NGOର ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ସନ୍ଧ୍ୟାରେ ବ୍ରିଜ ଉପରେ ବୁଲୁଥିବାବେଳେ ବାଇକରେ ଦୁର୍ବୃତ୍ତ ଆସି ତାଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଛାନବିନ ଚଳାଇଛି।

