ପ୍ଲାଷ୍ଟିକ ଫୁଲ ଦେଉଛି ରୋଜଗାର, ଫୁଲ ମାଳ ତିଆରି କରି ଉଦାହରଣ ପାଲଟିଛନ୍ତି ମିଶନ ଶକ୍ତି ମହିଳା

ଗଞ୍ଜାମ: ପ୍ଲାଷ୍ଟିକ ଫୁଲ ଦେଉଛି ରୋଜଗାର । ଭଳିକି ଭଳି ଡିଜାଇନ ଫୁଲ ମାଳ ତିଆରି କରି ସ୍ଵାବଲମ୍ବୀ ଗଞ୍ଜାମ ଜିଲ୍ଲା ଗୁଣ୍ଠପଡା ଗାଁର ମା ସରସ୍ବତୀ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା । ଫୁଲ ମାଳ ସାଙ୍ଗକୁ ପିଞ୍ଚ ମୁଠା ତିଆରି କରି ମାସକୁ ଦୁଇରୁ ତିନି ହଜାର ଟଙ୍କା କରୁଛନ୍ତି ରୋଜଗାର । ମୁଖ୍ଯମନ୍ତ୍ରୀଙ୍କ ସହାୟତାରେ ତିନି ଲକ୍ଷ ଟଙ୍କାର ଋଣ ଆଣି କରିଥିଲେ ବ୍ଯବସାୟ । ମହିଳା ମାନେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ଯମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଏଥିପାଇଁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ମିଶନ ଶକ୍ତି ମହିଳା। ରାଜ୍ଯ ସରକାରଙ୍କ ସହାୟତାରେ ମହିଳାମାନେ ଘରର ଚାରିକାନ୍ଥ ମଧ୍ଯରେ ନରହି ରୋଜଗାରକ୍ଷମ ହୋଇପାରିଛନ୍ତି । ଦିନକୁ ଚାରିରୁ ପାଞ୍ଚ ଘଣ୍ଟା କାମ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।