ଏହି କାରଣରୁ ଗୁଜୁରାଟକୁ ହରାଇଲା ମୁମ୍ବାଇ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ର ଏଲିମିନେଟର ମ୍ୟାଚରେ ଗୁଜୁରାଟ ଜାଏଣ୍ଟ୍ସକୁ ହରାଇ କ୍ବାଲିଫାୟର ଖେଳିବାକୁ ଉନ୍ନିତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୨୮ ରନ କରିଥିବାବେଳେ ଗୁଜୁରାଟ ୨୦୮ ରନ କରିବାରେ ସକ୍ଷମ ହୋଇଥିଲା । ମୁମ୍ବାଇ ଉଚ୍ଚକୋଟିର ରଣନୀତି ପାଇଁ ବିଜୟୀ ହୋଇଛି । ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ନିଜର ଦମଦାର ପ୍ରଦର୍ଶନ ଦେଖାଇଥିବାବେଳେ ବୋଲରମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ।

ଯଦିଓ ଏହି ବଡ଼ ସ୍କୋରକୁ ଗୁଜୁରାଟ ସହଜରେ ହାସଲ କରିବ ବୋଲି ଆଶା ରଖିଥିଲେ ପ୍ରଶଂସକ ତଥାପି ଶେଷ ସମୟରେ ମୁମ୍ବାଇର ବୋଲରମାନେ ଆଶା ଉଜ୍ଜିବିତ କରିଥିଲେ । ଶେଷ ୩ ଓଭରରେ ରନ କମେଇ ଦେଇଥିଲେ । ପ୍ରଥମରୁ ସାଇ ସୁଦର୍ଶନ ଏବଂ ଓ୍ବସିଂଟନ ସୁନ୍ଦର ଦମଦାର ବ୍ୟାଟିଂ କରି ଗୁଜୁରାଟକୁ ବିଜୟ ପଥରେ ଆଗେଇ ଦେଇଥିଲେ । ମାତ୍ର ଶେଷ ସମୟରେ ଆଉଟ୍ ହେବା ପରେ ଦଳ ପରାଜୟର ସ୍ବାଦ ଚାଖିଛି । ମୁମ୍ବାଇର ରଣନୀତି ଆଗରେ ହାର ମାନିବାକୁ ବାଧ୍ୟ ହୋଇଥିଲା ଗୁଜୁରାଟ । ଶେଷ ଓଭରରେ ୨୪ ରହିଥିଲା । ମୁମ୍ବାଇ ପାଖରେ ବୋଲିଂ କରିବା ପାଇଁ ଅଶ୍ବିନୀ କୁମାର, ପାଣ୍ଡ୍ୟା ଏବଂ ସାଣ୍ଟନରଙ୍କ ଭଳି ବୋଲର ବିକଳ୍ପ ଥିଲେ । ମାତ୍ର ମୁମ୍ବାଇ ଅଭିଜ୍ଞ ରିଚାର୍ଡ ଗ୍ଲେସନଙ୍କୁ ବୋଲିଂ ପାଇଁ ଦେଇଥିଲା । ଏଭଳି ମୁମ୍ବାଇର ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ମ୍ୟାଚ ବିଜୟର ମୁଖ୍ୟ କାରଣ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।