ଏମ୍.କେ.ସି ଉଚ୍ଚ ବିଦ୍ୟାଳୟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ଦିଆସିଲି ଓ ଦୁର୍ବୃତ୍ତର ଆଧାର କାର୍ଡ ଜବତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ଏମ୍.କେ.ସି ଉଚ୍ଚ ବିଦ୍ୟାଳୟରେ ନିଆଁ। ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ କୋଠରୀ ସହିତ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ସୂଚନା ମିଳିଛି। କୌଣସି ଦୁର୍ବୃତ୍ତ କିରାସିନି ଢାଳି ନିଆଁ ଲଗାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏଭଳି ସୂଚନା ଦେଇଛନ୍ତି।

କାରଣ ଘଟଣାସ୍ଥଳରୁ ଦିଆସିଲି ଓ ଦୁର୍ବୃତ୍ତର ଆଧାର କାର୍ଡ ଜବତ ହୋଇଛି। ସକାଳୁ ବିଦ୍ୟାଳୟ ଖୋଲିବାକୁ ଆସିଥିବା କର୍ମଚାରୀ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେସଙ୍ଗେ ଏ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଇଥିଲେ। ବାରିପଦା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କାର୍ଯ୍ୟାଳୟ ମଧ୍ୟରୁ ବହୁ ଜରୁରୀ କାଗଜପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି।

Leave a Reply