ରାଜ୍ୟରେ ପୁଣି ଜଣେ ବିଧାୟକଙ୍କୁ କରୋନା…

ଗଞ୍ଜାମ: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକୁଦିନ ଏଥିରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ୨୨ ହଜାର ୬ଶହ ୯୩କୁ ବୃଦ୍ଧି ପାଇଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ଏଥିରେ ଦିନକୁ ଦିନ କରୋନା ଯୋଦ୍ଧାଙ୍କ ସହ ବିଭିନ୍ନ ରାଜନେତା ମାନେ ମଧ୍ୟ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ତେବେ ରାଜ୍ୟରେ ଆଉଜଣେ ବିଧାୟକ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଖାଲି ସେତିକି ନୁହେଁ ବିଧାୟକଙ୍କ ପରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ କରୋନା ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଦୁଇଦିନ ଜ୍ୱର ହେବା ପରେ ବିଧାୟକ ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲରେ ନିଜର କରୋନା ପରୀକ୍ଷା କରାଇଥିଲେ । ତେବେ ବିଧାୟକଙ୍କର ପଜିଯିଭ ବାହାରିବା ପରେ ତାଙ୍କ ସ୍ତ୍ରୀଙ୍କ କରୋନା ପରୀକ୍ଷା ପରେ ପଜିଟିଭ ରିପୋର୍ଟ ଆସିଥିଲା । ସେ ଦୁହେଁ ଏବେ ଭୁବନେଶ୍ୱର କ୍ୱାଟରରେ ରହି ଚିକିତ୍ସିତ ହେଉଛନ୍ତି ।

Leave a Reply