spot_img

Latest Posts

ରାଜଧାନୀର ୮ଟି ରୁଟରେ ଚାଲିଲା ମୋ ବସ୍ ସେବା

ଭୁବନେଶ୍ୱର: ଅନ୍‌ଲକ୍‌-୩ ଜାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ମୋ ବସ୍‌ ଚାଲିଛି । ଅତି ଗୁରୁତ୍ୱପୂର୍ଣ୍ଣ ୮ଟି ରୁଟରେ ନନ୍‌ ଏସି ବସ୍‌ ସେବା ଚାଲିବ ବୋଲି  ସୂଚନା ମିଳଇଛି । ‘ମୋ ବସ’କୁ ପରିଚାଳନା କରୁଥିବା କ୍ୟାପିଟାଲ୍ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ  ବା କ୍ରୁଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କ୍ରୁଟ ସୂଚନା ଅନୁସାରେ ଯାତ୍ରୀଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ସେବା ମିଳିବ। ରୁଟ ନଂ ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ରେ ଯାତ୍ରୀମାନେ ମୋ ବସରେ ଯିବାଆସିବା କରିପାରିବେ।

ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ। ମାସ୍କ ପିନ୍ଧି ନଥିଲେ ବସ୍‌ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଅଗଷ୍ଟ ମାସରେ ବସ୍‌ ସେବା ସପ୍ତାହାନ୍ତ ବନ୍ଦ ରହିବ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ଘୋଷଣା କରିଥିଲେ । ତେବେ ଲକଡାଉନ୍ କଟକଣାରେ ମୋ ବସ୍ ସେବା ବନ୍ଦ ରହିଥିଲା । ରାଜଧାନୀରେ ବଢୁଥିବା ସଂକ୍ରମଣକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏବେ ଅନଲକ୍ ପର୍ଯ୍ୟାୟରେ ବସ ଗଡିବ ବୋଲି ଜଣା ପଡିଛି । ଏହାସହ ମାସ୍କ ନପିନ୍ଧିଲେ ବସ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । କୋଭିଡ୍ ଗାଇଡଲାଇନ୍ ପାଳନ କରିବା ସହ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି ।

 

Latest Posts

Don't Miss