spot_img

Latest Posts

ପିଲା ଚୋର ସନ୍ଦେହରେ ଗାଡି ଚାଳକଙ୍କୁ ସ୍ଥାନୀୟ ଯୁବକଙ୍କ ସଂଘବଦ୍ଧ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ପିଲା ଚୋର ସନ୍ଦେହରେ ଗାଡି ଚାଳକଙ୍କୁ ସ୍ଥାନୀୟ ଯୁବକଙ୍କ ସଂଘବଦ୍ଧ  ଆକ୍ରମଣ । ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କଲା ପୋଲିସ । ପାଲଲହଡ଼ା ସହର ଉପକଣ୍ଠ ଶିବମନ୍ଦିର ଛକ ଏକ ଢାବା ସମ୍ମୁଖରେ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଯୁବକ । କେନ୍ଦୁଝର ତେଲକୋଇ ବ୍ଲକ ଜଗମୋହନପୁର ଅଞ୍ଚଳରୁ ପିଲା ଚୋରି କରି ଏକ କଳା ରଙ୍ଗର ଟାଟା ହେରିଆର ଗାଡିରେ ନେଉଥିବା ଖବର ପ୍ରସାରିତ ହୋଇଥିଲା ।  କିଛି ଯୁବକ ଗାଡିର ପିଛାକରି ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ଢ଼ାବା ନିକଟରେ ଅଟକାଇଥିଲେ I ଜଣେ ଯୁବକ ଗାଡି ଚଳାଉ ଥିବା ବେଳେ କୌଣସି ପିଲା କିମ୍ବା ଶିଶୁ ଗାଡିରେ ନଥିଲେ । ପାଲଲହଡା ପୋଲିସ ମଧ୍ୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା । ମାତ୍ର ପୋଲିସ ଉପସ୍ଥିତିରେ ଗାଡି ଚାଳକକୁ ମାଡ ମାରି ଲହୁଲୁହାଣ କରିଦେଇଥିଲେ କିଛି ଯୁବକ । ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ଭିଡରୁ କ୍ଷତାକ୍ତ ଯୁବକକୁ ଉଦ୍ଧାର କରି ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ । ଯୁବକ ଜଣକ କୁଚିଣ୍ଡା ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ଵରେ ସ୍ଵତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଛି ।

Latest Posts

Don't Miss