ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ଦିନ ଠାରୁ ଲାଗୁ ହେବ ଆଦର୍ଶ ଆଚରଣ ବିଧି

1 min read
Model Code Of Conduct Will Come Into Force After Panchayat Election Notification

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ନିର୍ବାଚନ ପାଇଁ ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟରେ ଯେକୌଣସି ସମୟରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ବିଜ୍ଞପ୍ତି ପ୍ରକାଶ ଦିନ ଠାରୁ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଏହି ଆଚରଣ ବିଧି ବଳବତ୍ତର ରହିବ । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଆଚରଣ ବିଧି ସଂକ୍ରାନ୍ତ ମାର୍ଗଦର୍ଶିକା ପ୍ରକାଶ ପାଇବ ।

 Model Code Of Conduct Will Come Into Force After Panchayat Election Notification

ଏଥିସହ ପଢ଼ନ୍ତୁ: ବିଳମ୍ବିତ ରାତିରେ ଯୁବକଙ୍କୁ ବିଭତ୍ସ ହତ୍ୟା, ମାରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବିଧାନର ଧାରା ୨୪୩-କେ ଓ ପଞ୍ଚାୟତ ଆଇନ୍ ଅନୁଯାୟୀ ମାର୍ଗଦର୍ଶିକା ପ୍ରକାଶ ପାଇବ । ଚଳିତ ଥର ଭୋଟ୍ ଗ୍ରହଣ ଦିନ ଗଣତି ହେବ ନାହିଁ । ଜୋନ୍ ତଥା ବ୍ଲକର ସାମଗ୍ରିକ ତ୍ରିସ୍ତରୀୟ ନିର୍ବାଚନ ସରିବା ପରେ ବ୍ଲକ୍ ମୁଖ୍ୟାଳୟରେ ଗଣତି କରାଯିବ । ୩ଟି ପର୍ଯ୍ୟାୟରେ ଗଣତି ଓ ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନିର୍ବାଚନ ଖର୍ଚ୍ଚ ରାଶି ସହ ଗାଡ଼ି ବ୍ୟବହାର ବୃଦ୍ଧି ନେଇ ଘୋଷଣା ହୋଇସାରିଛି ।

Leave a Reply