ଅନୁମତି ପରେ ବି ମିଳୁନି ଫାଇଜର ଓ ମଡର୍ଣ୍ଣା ଟିକା

ନୂଆଦିଲ୍ଲୀ: ଜରୁରୀକାଳିନ ଅନୁମତି ପରେ ମଧ୍ୟ ଭାରତରେ ମିଳୁନି ମଡର୍ଣ୍ଣା ଓ ଫାଇଜର ଟିକା  । କୋଭିସିଲ୍ଡ, କୋଭାକ୍ସିନ ଓ ସ୍ଫୁଟନିକ୍ ଭି ପରେ ଚତୁର୍ଥ ଟିକା ଭାବେ ମଡର୍ଣ୍ଣାକୁ ଗତ ଜୁନ୍ ୨୧ରେ ଅନୁମତି ଦେଇଥିଲେ ଦେଇଥିଲା ଡିସିଜିଆଇ  । କିଛିଦିନ ପରେ ମଡର୍ଣ୍ଣା ଭାରତରେ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ମଧ୍ୟ କହିଥିଲେ  । ମାତ୍ର ଅନୁମତି ଦେବାର ମାସେ ପରେ ମଧ୍ୟ ଭାରତରେ ଟିକା ଉପଲବ୍ଧ ହୋଇନାହିଁ  । ଦେଶକୁ କେବେ ଏହି ବିଦେଶୀ ଟିକା ଆସିବ ତାହା ମଧ୍ୟ ଅସ୍ପଷ୍ଟ ହୋଇରହିଛି  । ଅନ୍ୟପଟେ ଫାଇଜରକୁ ଅନୁମତି ମିଳିଥିଲେ ମଧ୍ୟ ତାହାର ବି ଦେଖା ନାହିଁ  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ମାସ ବେଳକୁ ଫାଇଜର ଟିକା ମିଳିବାର ସମ୍ଭାବନା ରହିଛି  । ଭାରତରେ ବିଦେଶୀ ଟିକା ମିଳୁନଥିବାବେଳେ ପଡୋଶୀ ଦେଶର ନାଗରିକ ଏହି ଟିକା ନେଲେଣି  । ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କାରେ ମିଳୁଛି ମଡର୍ଣ୍ଣା ଓ ଫାଇଜର  । ଗତ କିଛି ସପ୍ତାହ ମଧ୍ୟରେ ଏଦି ଦେଶ ଗୁଡିକ ଲକ୍ଷଲକ୍ଷ ଡୋଜ୍ ବିଦେଶୀ ଟିକା ଆଣିଛନ୍ତି  । ପାକିସ୍ତାନରେ ୧୮ ବର୍ଷକୁ ଅଧିକ ବ୍ୟକ୍ତିଙ୍କୁ ମଡର୍ଣ୍ଣା ଟିକା ଦିଆଯାଉଛି  । ବାଂଲାଦେଶରେ ମଧ୍ୟ ମଡର୍ଣ୍ଣା ଦିଆଯାଉଥିବାବେଳେ ଶ୍ରୀଲଙ୍କାରେ ଫାଇଜର ଭ୍ୟାକସିନ୍ ଦିଆଯାଉଛି  । ତେବେ ଭାରତରେ ଏପର୍ଯ୍ୟନ୍ତ ଏହି ଟିକା ନମିଳିବା ନେଇ ସରକାରଙ୍କର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।

ଏଥିସହିତ ପଢ଼ନ୍ତୁ: ସୁପର ଡ୍ୟାନ୍ସରରେ ଶିଳ୍ପାଙ୍କ ସ୍ଥାନରେ କରିସ୍ମା

Leave a Reply