spot_img

Latest Posts

ଥାଇଲାଣ୍ଡରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା: ୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ରୁ ଅଧିକ ଆହତ

ଥାଇଲାଣ୍ଡରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା। ଏକ କ୍ରେନ ଧସିଯିବା ସହ ଟ୍ରେନ ଉପରେ ପଡ଼ିଯିବା କାରଣରୁ ଘଟିଛି ଦୁର୍ଘଟଣା। ଏଥିରେ ୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୮୦ରୁ ଅଧିକ ଆହତ ହୋଇଛନ୍ତି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍ଗକକରୁ ଯାଉଥିବାବେଳେ ଏହି ଅଘଟଣ ଘଟିଛି। ମୃତ୍ଯୁସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଥାଇଲାଣ୍ଡର ନାଖୋମ ରାଚେସିମା ପ୍ରଜାତନ୍ତ୍ର ଅନ୍ତର୍ଗତ ସିଖିଓ ଜିଲ୍ଲାରେ ଏହି ଅଘଟଣ ଘଟିଛି। ବ୍ୟାଙ୍ଗକକରୁ ୨୩୦ କିଲୋମିଟର ଦୂରରେ ଏହି ଦୁର୍ଗଟଣା ଘଟିଥିଲା। ଟ୍ରେନଟି ଉବୋନ ରାଚେସିମାକୁ ଯାଉଥିଲା। ଏକ ହାଇସ୍ପିଡ ରେଲ ପ୍ରକଳ୍ପରେ ନିୟୋଜିତ କ୍ରେନଟି ଧସି ଯିବାରୁ ଏହି ଅଘଟଣ ଘଟିଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ କୋଚରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟ୍ରେନରେ ୧୯୫ରୁ ଅଧିକ ଲୋକ ଥିବା କୁହାଯାଇଛି।

Latest Posts

Don't Miss