ୟୁସୁଫ ଖାନରୁ ଦିଲୀପ କେମିତି ହୋଇଥିଲେ ଟ୍ରାଜେଡି କିଙ୍ଗ

Mohammed Yusuf Khan To Dilip Kumar Life Story

ମୁମ୍ବାଇ: ହିନ୍ଦୀ ସିନେମାର ଭେଟରାନ କଳାକାର ଦିଲୀପ କୁମାର । ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗ ହିନ୍ଦୀ ସିନେମା ପାଇଁ ଅପୂରଣୀୟ କ୍ଷତି । ଆସନ୍ତୁ ଜାଣିବା ତାଙ୍କ ଜୀବନ ବିଷୟରେ…

Mohammed Yusuf Khan To Dilip Kumar Life Story

ଚଳଚ୍ଚିତ୍ର ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଶତାବ୍ଦୀ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦିଲୀପ କୁମାର । ଯିଏ କେବଳ ଚଳଚ୍ଚିତ୍ର ପରଦାରେ ନୁହେଁ ବରଂ ଲୋକଙ୍କ ଜୀବନରେ ହିରୋ ହୋଇ ଅଛନ୍ତି । ଦିଲୀପଙ୍କ ଫ୍ୟାନ୍ ତାଙ୍କର କୌଣସି ଫିଲ୍ମ ଦେଖିବାକୁ ସୁଯୋଗ ହାତଛଡ଼ା କରୁନଥିଲେ । ଆଉ ଝିଅମାନେ ଦିଲୀପଙ୍କ ପାଇଁ ଥିଲେ ପାଗଳ ପ୍ରାୟ । ବଲିଉଡର ଅନେକଙ୍କ ସୁନ୍ଦରୀଙ୍କ ହୃଦୟରେ ଥିଲେ ଦିଲୀପ । ସେଥିମଧ୍ୟରୁ ଜଣେ ହେଉଛନ୍ତି ତାଙ୍କ ପତ୍ନୀ ସାୟରା ବାନୋ ।

ପେଶାୱରରେ ଜନ୍ମ

ବ୍ରିଟିଶ ଇଣ୍ଡିଆର ପେଶାୱର ସ୍ଥିତ ହବେଳିରେ ଡିସେମ୍ବର ୧୧ରେ ଜନ୍ମ ହୋଇଥିଲେ ଦିଲୀପ । ତାଙ୍କର ପ୍ରକୃତ ନାମ ମୋହମ୍ମଦ ୟୁସୁଫ୍ ଖାନ । ତାଙ୍କ ମାଆଙ୍କ ନାମ ଆୟଶା ବେଗମ, ପିତା ଲାଲା ଗୁଲାମ ସର୍ବର ଖାନ । ଦିଲୀପ ୧୨ ଭାଇଭଉଣୀ ଥିଲେ । ସୁପରଷ୍ଟାର ରାଜ କପୁର ଦିଲୀପଙ୍କ ପିଲା ଦିନର ସାଙ୍ଗ । ଉଭୟ ଗୋଟିଏ ମହଲାରେ ପିଲା ଦିନ କାଟିଥିଲେ । ଆଉ ପରବର୍ତ୍ତୀ ସମୟରେ ବଲିଉଡ୍ ଷ୍ଟାର ବନିଥିଲେ ଉଭୟ ।

Mohammed Yusuf Khan To Dilip Kumar Life Story

୧୯୪୦ରେ ପିତାଙ୍କ ସହ ଦିଲୀପଙ୍କ ଝଗଡ଼ା ହୋଇଥିଲା । ଯାହାପରେ ଘର ଛାଡ଼ି ପୁନେ ପଳାଇ ଆସିଥିଲେ ଏହି ଦିଗଜ ଅଭିନେତା । ପୁନେରେ ଜଣେ ପାରସୀ କାଫେ ଓ ବୃଦ୍ଧ ଏଙ୍ଗଲୋ ଇଣ୍ଡିଆନ୍ କପଲଙ୍କ ସହାୟତାରେ ନିଜର ସ୍ୟାଣ୍ଡୱିଚ୍ ଷ୍ଟଲ୍ ଆରମ୍ଭ କରିଥିଲେ । ତାଙ୍କର ଭଲ ଜ୍ଞାନ ଓ ଭଲ ଇଂରାଜୀ କହି ପାରୁଥିବାରୁ ତାଙ୍କୁ ଏକ କଣ୍ଟ୍ରାକ୍ଟ ମିଳିଥିଲା । ଆଉ କଣ୍ଟ୍ରାକ୍ଟ ସରିବା ପରେ ଦିଲୀପ ୫ ହଜାର ଟଙ୍କା ନେଇ ଘରକୁ ଫେରିଥିଲେ ।

ସାହାଯ୍ୟ ପାଇଁ ଖୋଜିଥିଲେ ଚାକିରି

୧୯୪୩ରେ ବାପାଙ୍କୁ ସାହାଯ୍ୟ ପାଇଁ ଦିଲୀପ କାମ ଆଶାରେ ବମ୍ବେ ଟକିଜ୍ ଯାଇଥିଲେ । ଭଲ ଉର୍ଦ୍ଦୁ ଜାଣିଥିବାରୁ ଆରମ୍ଭରୁ କାହାଣୀ ଲେଖୁଥିଲେ ସେ । ସେତେବେଳେ ବମ୍ବେ ଟକିଜର ମାଲିକାଣୀ ଥିବା ଅଭିନେତ୍ରୀ ଦେବିକା ରାଣୀ ଦିଲୀପଙ୍କୁ ତାଙ୍କ ନାମ ମୋହମ୍ମଦ ୟୁସୁଫ୍ ଖାନରୁ ଦିଲୀପ କୁମାର ରଖିଥିଲେ । ଏହାପରେ ଦେବିକା ତାଙ୍କୁ ଫିଲ୍ମ ଜ୍ୱାର ଭାଟ୍ଟାରେ ପ୍ରଥମେ ଚାନ୍ସ ଦେଇଥିଲେ । ଯାହାକି ୧୯୪୪ରେ ରିଲିଜ୍ ହୋଇଥିଲା ।

Mohammed Yusuf Khan To Dilip Kumar Life Story

ଏମିତି ବନିଥିଲେ ବଲିଉଡର ଟ୍ରାଜେଡି କିଙ୍ଗ

ଦିଲୀପଙ୍କ ପ୍ରଥମ ହିଟ୍ ଫିଲ୍ମ ଥିଲା ଜୁଗନୁ । ଯେଉଁଥିରେ ସେ ଅଭିନେତ୍ରୀ ନୁର ଜହାନଙ୍କ ନଜର ଆସିଥିଲେ । ଏହା ପରେ ଦିଲୀପ ସହିଦ ଓ ମେଲା ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ପରେ ସେ ନରଗିସ୍ ଓ ବନ୍ଧୁ ରାଜ କପୁରଙ୍କ ସହ ଫିଲ୍ମ ସବନମରେ କାମ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିଲା । ୧୯୫୦ର ସମୟ ଦିଲୀପ କୁମାରଙ୍କର ଥିଲା । ସେତେବେଳେ ତାଙ୍କର ପ୍ରତିଟି ଫିଲ୍ମ ହିଟ୍ ହେଉଥିଲା । ଦିଲୀପ ଅନେକ ଗମ୍ଭୀର ଅଭିନୟ କରିଥିଲେ । ଫଳରେ ତାଙ୍କୁ ବଲିଉଡର ଟ୍ରାଜେଡି କିଙ୍ଗ ନାଁ ମିଳିଥିଲା ।

Leave a Reply