spot_img

Latest Posts

ସରିଲା ବିଜେଡ଼ିର ମାସେବ୍ୟାପୀ ଜନସଂପର୍କ ପଦଯାତ୍ରା: ଉଦଯାପନୀ ଉତ୍ସବରେ ସେବାର ବାର୍ତ୍ତା ଦେଲେ ନବୀନ

ଭୁବନେଶ୍ୱର: ଦୀର୍ଘ ମାସେବ୍ୟାପୀ ଚାଲିଥିବା ବିଜେଡିର ଜନସଂପର୍କ ପଦଯାତ୍ରା ଆଜି ଶେଷ ହୋଇଛି । ଆଜି ଉତ୍ତର ଭୁବନେଶ୍ୱର ପଦଯାତ୍ରାରେ ଯୋଗ ଦେଇ ଉଦଯାପନ କରିଥିଲେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁ ସେବାର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ପଦଯାତ୍ରାର ଅବଧି ବୃଦ୍ଧି କରାଯାଇଥିଲା, ସେହି ବାର୍ତ୍ତାକୁ  ‘ଓଡ଼ିଶା-ମୋ ପରିବାର’ ଜରିଆରେ ପହଞ୍ଚାଇବା ପାଇଁ ପୁଣି ଥରେ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଥିଲା ଗାନ୍ଧୀଜୀ ଓ ବାପା ବିଜୁ ପଟ୍ଟନାୟକଙ୍କ ସେବା ଏବଂ ଆଦର୍ଶ। ରାଜନୀତି ଠାରୁ ଉର୍ଦ୍ଧ୍ୱକୁ ଯାଇ ଲୋକ ମାନଙ୍କ ପାଖରେ ରାଜ୍ୟ ସରକାରଙ୍କ ସେବା ପହଞ୍ଚାଇବା ପାଇଁ ବାପା ବିଜୁ ପଟ୍ଟନାୟକଙ୍କ ଉଦାହରଣ ଦେଇଥିଲେ ସାନ ପୁଅ ନବୀନ। ଯେପରି ଗରିବଙ୍କ ଶ୍ରେଷ୍ଠ ବନ୍ଧୁ ବିଜୁ ବାବୁ ଅସୁବିଧା ସମୟରେ ଆଗ ପହଞ୍ଚୁ ଥିଲେ, ସେପରି ସାଧାରଣ ଲୋକଙ୍କୁ ସେବା ଯୋଗାଇବାର ବାର୍ତ୍ତା ଦେଇ ପଦଯାତ୍ରାକୁ ସମାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପଦଯାତ୍ରାରେ ସ୍ଥାନୀୟ ବିଧାୟକ, ପୂର୍ବତନ କର୍ପୋରେଟର ଓ ଦଶ ହଜାରରୁ ଅଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ । ')}

Latest Posts

Don't Miss